ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଲାଞ୍ଚ ନେଇ ଧରାପଡ଼ିଲେ ପୋଲିସ୍ ଏସଆଇ

0

ଖଣ୍ଡପଡା: ପୋଲିସ୍ ଏସଆଇ ମାମଲାକୁ ରଫାଦଫା କରାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ। ମଦବେପାରୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖଣ୍ଡପଡା ଏସଆଇ ଶେଖ୍ ରେହମାନଙ୍କୁ ବାନ୍ଧିଛି ଭିଜିଲାନ୍ସ। ଭିଜିଲାନ୍ସ ପୋଲିସ୍ ବାବୁଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କାତକ ଜବତ କରିଛି।

ତେବେ ମିଳିଥିବା ସୂଚନା ଅନୁଯାୟୀ, ମଦ ବେପାରୀଙ୍କ ନାଁରେ ଥିବା ଏକ ମାମଲାକୁ ରଫାଦଫା କରାଇ ଦବା ପାଇଁ ସେମାନଙ୍କୁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଏସଆଇ ରେହମାନ। ତେବେ ପୂର୍ବରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ ମଧ୍ୟ ମଦ ବେପାରୀ ମାନଙ୍କୁ ଆହୁରି ଦେବା ପାଇଁ ବ୍ଲାକମେଲ୍ କରୁଥିଲେ। ଯାହାପରେ ମଦ ବେପାରୀ ଜଣଙ୍କ ଘଟଣା ସଂପର୍କରେ ଭିଜିଲାନ୍ସଙ୍କୁ ଅବଗତ କରାଇଥିଲେ। ଭିଜିଲାନ୍ସ ଅଧିକାରୀ ଯୋଜନା ମୁତାବକ ଛକି ରହିଥିବା ବେଳେ ରେହମାନ ତାଙ୍କ ଭଡ଼ା ଘର ଖଳିସାହିରେ ଲାଞ୍ଚ ଟଙ୍କା ମଦ ବେପାରୀଙ୍କ ଠାରୁ ନେଉଥିବା ବେଳେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ। ଏନେଇ ଭିଜିଲାନ୍ସ ତାଙ୍କ ନାଁରେ ମାମଲା ରୁଜ୍ଜୁ କରିବା ସହ ଅଧିକ ତଦନ୍ତ ଚଳାଇଛି।

Leave A Reply

Your email address will not be published.