ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ସଦୃଶ ଲଘୁଚାପ ରେ ପରିଣତ ହେଲା ଲଘୁଚାପ

0

୨୩ ରେ ନେବ ବାତ୍ୟା ର ରୂପ

ଭୁବନେଶ୍ବର; ଉତ୍ତର ଆଣ୍ଡମାନ ସାଗର ରେ ଥିବା ଲଘୁଚାପ କ୍ଷେତ୍ର ଆଜି ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ସଦୃଶ ଲଘୁଚାପ ରେ ପରିଣତ ହୋଇଛି। ଏହି କ୍ଷେତ୍ରଟି ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ସକାଳେ ଅବପାତ ରେ ପରିଣତ ହେବ ଓ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ୨୩ ତାରିଖ ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ବାତ୍ୟା ର ରୂପ ନେବ। ଏହି କ୍ଷେତ୍ର ଟି ୨୪ ତାରିଖ ସକାଳେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା – ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବ। ୨୪ ତାରିଖ ରାତି ପରେ କିମ୍ବା ୨୫ ତାରିଖ ସକାଳ ସମୟରେ ଏହା ପୁରୀ ଠାରୁ ସାଗରଦ୍ଵିପ ମଧ୍ୟରେ ଏକ ଭୀଷଣ ବାତ୍ୟା ରୂପ ରେ ସ୍ଥଳଭାଗ ଅତିକ୍ରମ କରିବ।

ପ୍ରଭାବ ରେ ୨୩ ତାରିଖ ରୁ ଉପକୂଳ ଓଡ଼ିଶା ର କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ୨୪ -୨୫ ତାରିଖ ରେ ଉତ୍ତର ଉପକୂଳ ଓଡ଼ିଶା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର,କଟକ, ମୟୂରଭଞ୍ଜ, ଯାଜପୁର, କେଉଁଝର ଜିଲ୍ଲାରେ ପ୍ରବଳ ବର୍ଷା ସହ କିଛି ଅଞ୍ଚଳ ରେ ଅତ୍ୟନ୍ତ ପ୍ରବଳ ବର୍ଷା (୨୦ସେମି +) ହୋଇପାରେ। ସେହିପରି ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ଢ଼େଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ସହ କିଛି ଅଞ୍ଚଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା (୧୨-୨୦ସେମି ) ସମ୍ଭାବନା ରହିଛି। ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାର ଅନେକ ଅଞ୍ଚଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ପବନ – ଓଡ଼ିଶା ଉପକୂଳ ରେ ୨୩ ତାରିଖ ସନ୍ଧ୍ୟା ପରେ ୪୦-୫୦କିମି/ ଘଣ୍ଟା ପବନ ବହିବାର ସମ୍ଭାବନା ରହିଛି ଏହାପରେ ୨୪ ସନ୍ଧ୍ୟା ରୁ ଉତ୍ତର ଓଡ଼ିଶା ଉପକୂଳ ରେ ପବନ ର ବେଗ ୯୦-୧୦୦କିମି/ ଘଣ୍ଟା ରହିବାର ସମ୍ଭାବନା ରହିଛି ଓ ୨୫ ତାରିଖ ସକାଳ ପରେ ପବନ ର ବେଗ ହ୍ରାସ ପାଇବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ତେଣୁ ୨୬ ତାରିଖ ଯାଏଁ ସମୁଦ୍ର କୁ ଯିବା ମନା କରିଛି ପାଣିପାଗ ବିଭାଗ। ଅଧ୍ୟାପକ- ସାର୍ଥକ ମିଶ୍ର

Leave A Reply

Your email address will not be published.