ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବାତ୍ୟା ଦାନା ପାଇଁ ଆଉ ୧୭ଟି ଟ୍ରେନ୍ ବାତିଲ୍

0

ନୂଆଦିଲ୍ଲୀ: ମାଡି ଆସୁଛି ଅତି ଭୀଷଣ ବାତ୍ୟା ଦାନା। ମଝି ରାତିରେ ଛୁଇଁବ ସ୍ଥଳଭାଗ। ବର୍ତ୍ତମାନ ଏହା ପାରାଦୀପଠାରୁ ୨୧୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ ଧାମରା ବନ୍ଦରଠାରୁ ୨୪୦ କିମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟାପ୍ରତି ୧୨କିମି ବେଗରେ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ଦାନା ।ସାଗର ଦ୍ଵୀପର ଦକ୍ଷିଣକୁ ୩୧୦ କିଲୋମିଟର ଦୂରରେ ରହିଛି ଦାନା। ଆଜି ମଧ୍ୟ ରାତ୍ରି ଓ କାଲି ସକାଳ ମଧ୍ୟରେ ଭିତରକନିକା ଓ ଧାମରା ପାଖରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ତେବେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ରହିବା ନେଇ ସୂଚନା ମିଳିଛି। ସେପଟେ ବାତ୍ୟା ଦାନାକୁ ଆଖି ଆଗରେ ରଖି ଆଜି ୧୭ଟି ଟ୍ରେନ୍ ବାତିଲ୍ କରାଯାଇଛି। ୨୭ ତାରିଖ ପର୍ଯ୍ୟନ୍ତ ମୋଟ୍ ୨୦୩ ଟ୍ରେନ୍ ବାତିଲ୍ କରାଯାଇଥିବା ନେଇ ଇଷ୍ଟ କୋଷ୍ଟ ଓ ସାଉଥ୍ ଇଷ୍ଟର୍ଣ୍ଣ ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.