ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଦାନା ପ୍ରଭାବରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା

0

ଭୁବନେଶ୍ବର: ଦାନା ପ୍ରଭାବ ରେ ଆସନ୍ତା ୧୮ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡା, ଯାଜପୁର, କେଉଁଝର, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଜିଲ୍ଲା ର ଅଧିକାଂଶ ଅଞ୍ଚଳ ରେ ବର୍ଷା ସହ ବିଭିନ୍ନ ଅଞ୍ଚଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା। କିଛି ଅଞ୍ଚଳ ରେ ଅତ୍ୟନ୍ତ ପ୍ରବଳ ବର୍ଷା (୨୦ସେମି +) ହେବାର ସମ୍ଭାବନା ରହିଛି।

ସେହିପରି ଉତ୍ତର ଉପକୂଳ ଓଡ଼ିଶା ରେ ପବନ ର ବେଗ ଘଣ୍ଟା ପ୍ରତି ୧୦୦-୧୧୦କିମି/ଘଣ୍ଟା ରହିପାରେ। ଦକ୍ଷିଣ ଉପକୂଳ ଓଡ଼ିଶା ରେ ୭୦-୮୦କିମି/ଘଣ୍ଟା ରହିବ। ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଉପକୂଳ ନିକଟସ୍ଥ ସମୁଦ୍ର ରେ ସ୍ଵାଭାବିକ ଜୁଆର ଠାରୁ ଅଧିକ ୧.୫ ରୁ ୨ମିଟର ଯାଏଁ ଜୁଆର ଉଠିବାର ସମ୍ଭାବନା।

Leave A Reply

Your email address will not be published.