ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ଶିମିଳିପାଳରେ ମହାରାଷ୍ଟ୍ରର ମହାବଳ

0

ମୟୁରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟକୁ ଆସିଲେ ନୂଆ ଅତିଥି। ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ମୟୁରଭଞ୍ଜର ଶିମିଳିପାଳକୁ ଅଣାଯାଇଛି । ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏହି ବାଘ ଅଣାଯାଇଛି। ଏକ ସ୍ବତନ୍ତ୍ର ଟିମ୍ ଦ୍ବାରା ବାଘକୁ ଅଣାଯାଇଥିଲା ବେଳେ ଏହାକୁ ଶିମିଳିପାଳ କୋର୍ ଏରିଆରେ ଛଡ଼ାଯିବ।

ବାଘୁଣୀର ସ୍ୱାସ୍ଥ୍ୟ ଯାଞ୍ଚ କରି ଶିମିଳିପାଳ ଅଭୟାରଣ୍ୟରରେ ଛଡାଯାଇଥିବା ନେଇ ସୂଚନା ଦେଇଛି ବନବିଭାଗ। ବାଘୁଣୀ ନୂଆ କରି ଶିମିଳିପାଳକୁ ଆସିଥିବାରୁ ଏଠାକାର ପରିବେଶରେ ସେ କିପରି ରହୁଛି ସେନେଇ କର୍ତ୍ତୃପକ୍ଷ ଗତିବିଧି ଯାଞ୍ଚ କରୁଛନ୍ତି। ବର୍ତ୍ତମାନ ବାଘୁଣୀକୁ କୋର୍ ଏରିୟାରେ ଛଡାଯାଇଥିବାବେଳେ ତା’ର ସମସ୍ତ ଗତିବିଧି ଉପରେ ନଜର ରହିଛି। ପରେ ପର୍ଯ୍ୟାୟକ୍ରମେ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯିବ ବୋଲି ସୂଚନା ଦେଇଛି ବନବିଭାଗ।

ଏହାସହ ଟ୍ରାପ୍ କ୍ୟାମେରା ଲଗାଯାଇ ତା’ର ଗତିବିଧି ଉପରେ ନଜର ରଖାୟିବ। ଶିମିଳିପାଳ ଅଭୟାରଣ୍ୟକୁ ଦୁଇଟି ବାଘ ଆସିବାକୁ ଥିବାବେଳେ ବର୍ତ୍ତମାନ ଗୋଟିଏ ବାଘ ଆସିଛି। ଆଗକୁ ଅନ୍ୟ ଏକ ପର୍ଯ୍ୟାୟରେ ଆଉ ଏକ ବାଘ ଆସିବ ବୋଲି ପିସିସିଏଫ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ଶିମିଳିପାଳ ଅଭୟାରଣ୍ୟ ବାଘ ବଂଶ ବୃଦ୍ଧି ପାଇଁ ଦେଶର ଏକ ଉତ୍ତମ ସ୍ଥାନ ବୋଲି କୁହାଯାଏ। ତେବେ ବାଘ ଗଣନା ରିପୋର୍ଟ ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟରେ ୨୮ଟି ବାଘ ଥିବାବେଳେ ତାହା ଆଗକୁ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.