ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କ ବାପି ହଲଦରଙ୍କ ଅଫିସ ଉପରେ ଆକ୍ରମଣ
ଚେତାବନୀ ସତ୍ତ୍ୱେ କାନାଡାରେ ପୁଣି ଅଦିନିଆ ରଥଯାତ୍ରା, ଇସ୍କନକୁ ନେଇ ବଢ଼ିଲା ବିବାଦ
ମମତାଙ୍କ ବୈଠକକୁ ଆସିଲେନି ଟିଏମସିର ୬୦ ବିଧାୟକ
୩ ମାସ ମଧ୍ୟରେ ୫ ହଜାର ନର୍ସିଂ ପଦବୀ ପୂରଣ, ଖୁବ୍‌ଶୀଘ୍ର ବିଜ୍ଞପ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ
ପୁଣି ବଢ଼ିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର

ଶିମିଳିପାଳରେ ମହାରାଷ୍ଟ୍ରର ମହାବଳ

0

ମୟୁରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟକୁ ଆସିଲେ ନୂଆ ଅତିଥି। ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ମୟୁରଭଞ୍ଜର ଶିମିଳିପାଳକୁ ଅଣାଯାଇଛି । ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏହି ବାଘ ଅଣାଯାଇଛି। ଏକ ସ୍ବତନ୍ତ୍ର ଟିମ୍ ଦ୍ବାରା ବାଘକୁ ଅଣାଯାଇଥିଲା ବେଳେ ଏହାକୁ ଶିମିଳିପାଳ କୋର୍ ଏରିଆରେ ଛଡ଼ାଯିବ।

ବାଘୁଣୀର ସ୍ୱାସ୍ଥ୍ୟ ଯାଞ୍ଚ କରି ଶିମିଳିପାଳ ଅଭୟାରଣ୍ୟରରେ ଛଡାଯାଇଥିବା ନେଇ ସୂଚନା ଦେଇଛି ବନବିଭାଗ। ବାଘୁଣୀ ନୂଆ କରି ଶିମିଳିପାଳକୁ ଆସିଥିବାରୁ ଏଠାକାର ପରିବେଶରେ ସେ କିପରି ରହୁଛି ସେନେଇ କର୍ତ୍ତୃପକ୍ଷ ଗତିବିଧି ଯାଞ୍ଚ କରୁଛନ୍ତି। ବର୍ତ୍ତମାନ ବାଘୁଣୀକୁ କୋର୍ ଏରିୟାରେ ଛଡାଯାଇଥିବାବେଳେ ତା’ର ସମସ୍ତ ଗତିବିଧି ଉପରେ ନଜର ରହିଛି। ପରେ ପର୍ଯ୍ୟାୟକ୍ରମେ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯିବ ବୋଲି ସୂଚନା ଦେଇଛି ବନବିଭାଗ।

ଏହାସହ ଟ୍ରାପ୍ କ୍ୟାମେରା ଲଗାଯାଇ ତା’ର ଗତିବିଧି ଉପରେ ନଜର ରଖାୟିବ। ଶିମିଳିପାଳ ଅଭୟାରଣ୍ୟକୁ ଦୁଇଟି ବାଘ ଆସିବାକୁ ଥିବାବେଳେ ବର୍ତ୍ତମାନ ଗୋଟିଏ ବାଘ ଆସିଛି। ଆଗକୁ ଅନ୍ୟ ଏକ ପର୍ଯ୍ୟାୟରେ ଆଉ ଏକ ବାଘ ଆସିବ ବୋଲି ପିସିସିଏଫ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ଶିମିଳିପାଳ ଅଭୟାରଣ୍ୟ ବାଘ ବଂଶ ବୃଦ୍ଧି ପାଇଁ ଦେଶର ଏକ ଉତ୍ତମ ସ୍ଥାନ ବୋଲି କୁହାଯାଏ। ତେବେ ବାଘ ଗଣନା ରିପୋର୍ଟ ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟରେ ୨୮ଟି ବାଘ ଥିବାବେଳେ ତାହା ଆଗକୁ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.