ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆଉ ଯାତ୍ରାରେ ହେବନି ଅଶ୍ଲୀଳ ନୃତ୍ୟ

0

ସରକାର ଲଗାଇବେ ରୋକ
ଭୁବନେଶ୍ବର: ଆଉ ଯାତ୍ରାରେ ହୋଇପାରିବନି ଅଶ୍ଲୀଳ ନୃତ୍ୟ। ଯାତ୍ରାରେ ଆଇଟମ୍‌ ଡ୍ୟାନ୍ସକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି। ଯାହାକୁ ନେଇ ନାନା ବିଶୃଙ୍ଖଳା ସୃଷ୍ଟି ହେଉଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର କଠୋର ହେଉଛନ୍ତି।

ଗତ କିଛି ବର୍ଷ ହେବ ଯାତ୍ରା ପ୍ରତି ପୁଣି ଆକୃଷ୍ଟ ହେଉଛନ୍ତି ଲୋକେ। ହେଲେ ଯାତ୍ରା ଆରମ୍ଭ ହେବା ପୂର୍ବରୁ ହେଉଥିବା ଆଇଟମ୍‌ ଡ୍ୟାନ୍ସକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି। ଫଳରେ ନାନା ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହେଉଛି। ଯାତ୍ରାରେ ଅଶ୍ଲୀଳ ନୃତ୍ୟ ବନ୍ଦ କରିବା ପାଇଁ ଖୁବଶୀଘ୍ର ନୂଆ ଆଇନ ଆସିବ ବୋଲି ଆଜି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଆଇନ ମନ୍ତ୍ରୀ କହିଛନ୍ତି ଯେ, ଯାତ୍ରାରେ ଅଶ୍ଲୀଳ ନୃତ୍ୟ କୁ ନେଇ ଚର୍ଚ୍ଚା ହେଉଛି। ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ। ଯାତ୍ରା ମାଲିକମାନେ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଯେପରି ଅଶ୍ଳୀଳତା ରହିବ ନାହିଁ। ରାଜ୍ୟ ସରକାର ଏହାକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରିଛନ୍ତି। ଏହାକୁ ନେଇ ବିଚାର ବିମର୍ଶ ଚାଲିଛି। ଯାତ୍ରା ପାର୍ଟିର ମାଲିକଙ୍କ ସହ ଏ ନେଇ ଆଲୋଚନା ହେବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ବାର ଡାନ୍ସ ମଧ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ। ତେଣୁ ସେଥିପାଇଁ ନିୟମ ଆସିଛି ଯେ ବାରରେ କେବଳ ଅକ୍ରେଷ୍ଟ୍ରା ହେବ ଏବଂ ଗୀତ ସଙ୍ଗୀତ ପରିବେଷଣ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.