ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଆଉ ଯାତ୍ରାରେ ହେବନି ଅଶ୍ଲୀଳ ନୃତ୍ୟ

0

ସରକାର ଲଗାଇବେ ରୋକ
ଭୁବନେଶ୍ବର: ଆଉ ଯାତ୍ରାରେ ହୋଇପାରିବନି ଅଶ୍ଲୀଳ ନୃତ୍ୟ। ଯାତ୍ରାରେ ଆଇଟମ୍‌ ଡ୍ୟାନ୍ସକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି। ଯାହାକୁ ନେଇ ନାନା ବିଶୃଙ୍ଖଳା ସୃଷ୍ଟି ହେଉଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର କଠୋର ହେଉଛନ୍ତି।

ଗତ କିଛି ବର୍ଷ ହେବ ଯାତ୍ରା ପ୍ରତି ପୁଣି ଆକୃଷ୍ଟ ହେଉଛନ୍ତି ଲୋକେ। ହେଲେ ଯାତ୍ରା ଆରମ୍ଭ ହେବା ପୂର୍ବରୁ ହେଉଥିବା ଆଇଟମ୍‌ ଡ୍ୟାନ୍ସକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି। ଫଳରେ ନାନା ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହେଉଛି। ଯାତ୍ରାରେ ଅଶ୍ଲୀଳ ନୃତ୍ୟ ବନ୍ଦ କରିବା ପାଇଁ ଖୁବଶୀଘ୍ର ନୂଆ ଆଇନ ଆସିବ ବୋଲି ଆଜି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଆଇନ ମନ୍ତ୍ରୀ କହିଛନ୍ତି ଯେ, ଯାତ୍ରାରେ ଅଶ୍ଲୀଳ ନୃତ୍ୟ କୁ ନେଇ ଚର୍ଚ୍ଚା ହେଉଛି। ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ। ଯାତ୍ରା ମାଲିକମାନେ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଯେପରି ଅଶ୍ଳୀଳତା ରହିବ ନାହିଁ। ରାଜ୍ୟ ସରକାର ଏହାକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରିଛନ୍ତି। ଏହାକୁ ନେଇ ବିଚାର ବିମର୍ଶ ଚାଲିଛି। ଯାତ୍ରା ପାର୍ଟିର ମାଲିକଙ୍କ ସହ ଏ ନେଇ ଆଲୋଚନା ହେବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ବାର ଡାନ୍ସ ମଧ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ। ତେଣୁ ସେଥିପାଇଁ ନିୟମ ଆସିଛି ଯେ ବାରରେ କେବଳ ଅକ୍ରେଷ୍ଟ୍ରା ହେବ ଏବଂ ଗୀତ ସଙ୍ଗୀତ ପରିବେଷଣ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.