ପ୍ରମୁଖ ଖବର

ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର

ବଢ଼ିଲା କନଷ୍ଟେବଳ ନିଯୁକ୍ତି ଆବେଦନର ସମୟ ସୀମା

0

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ବାଟାଲିଅନରେ କନଷ୍ଟେବଳ ନିଯୁକ୍ତି ଆବେଦନ ତାରିଖ ବୃଦ୍ଧି ପାଇଛି। ଆବେଦନ ପାଇଁ ବୁଧବାର ଥିବା ଶେଷ ତାରିଖକୁ ମାନ୍ୟବର ହାଇକୋର୍ଟ ବୃଦ୍ଧି କରିଛନ୍ତି। ଏହି ତାରିଖ ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଗତ ୬ ବର୍ଷ ନିଯୁକ୍ତି ବନ୍ଦ ଥିବାରୁ ମାମଲା ହାଇକୋର୍ଟ ଯାଇଛି। ସର୍ବାଧିକ ବୟସ ସୀମା କୋହଳ ପାଇଁ ଆଶାୟୀମାନେ ଆବେଦନ କରିଥିବାବେଳେ ଏ ସମ୍ପର୍କିତ ଶୁଣାଣି ନଭେମ୍ବର ୧୧ରେ କରିବାକୁ ଧାର୍ଯ୍ୟ କରାଯାଇଛି। ଆଶାୟୀମାନେ ନଭେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ନିକଟରେ ଓଡ଼ିଶା ପୋଲିସ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ(ଏସ୍‌ଏସ୍‌ବି) ପକ୍ଷରୁ ହେବାକୁ ଥିବା କନଷ୍ଟେବଳ ନିଯୁକ୍ତି ୨୦୨୪ ପାଇଁ ପଦବୀ ସଂଖ୍ୟା ବୃଦ୍ଧି କରାଯାଇଛି। ଓଡ଼ିଶା ପୋଲିସ ପକ୍ଷରୁ ପ୍ରକାଶ ପାଇଥିବା ସବିଶେଷ ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ପ୍ରକ୍ରିୟାରେ ଅତିରିକ୍ତ ୭୨୦ ପଦବୀ ଯୋଗ କରାଯାଇଛି। ଫଳରେ ନିଯୁକ୍ତି ହେବାକୁ ଥିବା ପଦବୀ ୧୩୬୦ରୁ ୨୦୩୦କୁ ବୃଦ୍ଧି ପାଇଛି। ଓଡ଼ିଶା ପୋଲିସ ପକ୍ଷରୁ ଆବେଦନର ସମୟସୀମା ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ଯାହାକୁ ଆଜି ପୁଣି ଘୁଞ୍ଚାଯାଇଛି। ପୂର୍ବରୁ ୧୩ ଅକ୍ଟୋବର ୨୦୨୪ ଯାଏ ସମୟସୀମା ଥିଲା।

Leave A Reply

Your email address will not be published.