ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଭୁବନେଶ୍ୱର ବିମାନରେ ବୋମା ଆତଙ୍କ

0

ଭୁବନେଶ୍ୱର: ଭୁବନେଶ୍ୱର ବିମାନରେ ବୋମା ଆତଙ୍କ। ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରୁଥିବା ବେଳେ ବୋମା ଆତଙ୍କ ଖେଳିଯିବାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନକୁ ଜରୁରୀ ଅବତରଣ କରାଯାଇଛି।

ଗତ କିଛି ଦିନ ହେବ ଲଗାତାର ଭାବେ ଅନେକ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳୁଛି। ଯାହାକୁ ନେଇ ଯାତ୍ରୀ ମାନଙ୍କ ମଧ୍ୟରେ ଏକ ପ୍ରକାର ଭୟ ଦେଖାଦେଉଥିବାବେଳେ, ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀମାନେ। ତେବେ ଆଜିର ଏହି ବୋମା ଆତଙ୍କ ଥିବାନେଇ ବିମାନର ଜରୁରୀ ଅବତରଣ ପରେ ସୁରକ୍ଷାକର୍ମୀମାନେ ବିମାନର ଯାଞ୍ଚ କରିବା ଆରମ୍ଭ କରିଥିବାବେଳେ କୌଣସି ବୋମା ନଥିବା ଜଣାପଡିଛି। ଅନ୍ୟପଟେ ସମସ୍ତ ଯାତ୍ରୀମାନେ ସୁରକ୍ଷିତ ଥିବା ମଧ୍ୟ ଜଣା ପଡିଛି।

Leave A Reply

Your email address will not be published.