ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ଭିଜିଲାନ୍ସ ଜାଲରେ ଇଡକୋର କୋଟିପତି ଜୁନିୟର ମ୍ୟାନେଜର

0

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ପଡିଲେ ଇଡକୋ ଜୁନିୟର ମ୍ୟାନେଜର। ଇଡକୋର ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମୁଦାୟ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି। ଭୁବନେଶ୍ୱରର ରାଜାରାଣୀ ଅଞ୍ଚଳରେ ଥିବା ଘର, ସାମନ୍ତରାପୁରରେ ଥିବା ସମ୍ପର୍କୀୟଙ୍କ ଘରେ ତଥା ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ରେଡ ଚାଲିଛି।
ଭିଜିଲାନ୍ସ ଚଢ଼ାଉ କରି ଜବତ କରିଛି ପୁଳା ପୁଳା ସମ୍ପତ୍ତି। ସବୁ କବାଟ, ଝରକା, ଆଲମିରାରେ ସବୁଆଡ଼େ ଲାଗିଛି ଡିଜିଟାଲ୍ ଲକର୍। ପ୍ରଚୁର ଟଙ୍କା ଖର୍ଚ୍ଚ କରି ୭ହଜାର ବର୍ଗଫୁଟରେ ୩ ମହଲା ଘର କରିଥିବା ବେଳେ ଏହାର ଦାମ୍ ପ୍ରାୟ ୧୦ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ଏହି ଘର ଏତେ ବିଳାଶପୂର୍ଣ୍ଣ ଥିଲା ତାହା ଏଥିରୁ ଅନୁମାନ କରିହେବ ଯେ, ଏଠାରେ ୩୨ ଟା ଫ୍ୟାନ୍ ୧୨ ଟା ଏସି ଲାଗିଛି। କେବେଳ ଏତିକି ନୁହେଁ ଦୁର୍ନୀତିଗ୍ରସ୍ତ ବାବୁଙ୍କ ଗେଟରେ ମଧ୍ୟ ଲାଗିଛି ସେନ୍ସର। ସ୍ୱିଚ୍ ଚିପିଲେ ଗେଟ୍ ବନ୍ଦ ସ୍ୱିଚ୍ ଚିପିଲେ ଖୋଲୁଛି।

ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଜୁନିୟର ମ୍ୟାନେଜରଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଇଥିଲା। ଚଢ଼ାଉ ପରେ ବାବୁଙ୍କର ଭୁବନେଶ୍ୱର ଆର୍ଯ୍ୟ ବିହାରରେ ୪ ମହଲା କୋଠା ରହିଛି,ଏହାର ଦାମ୍ ପ୍ରାୟ ୧୦ କୋଟିରୁ ଅଧିକ ହେବ। ସେହିଭଳି ପୁରୀରେ ଗୋଟିଏ ଫ୍ଲାଟ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୩ଟି ଘର ରହିଛି। ୩୩ ଲକ୍ଷର ବ୍ୟାଙ୍କ ଜମା ସହ ନଗଦ ସାଢ଼େ ୪ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି।

Leave A Reply

Your email address will not be published.