ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଜାନୁଆରୀ ୧ରୁ ହେବ ରାଜ୍ୟରେ ଜନଗଣନା

0

ଭୁବନେଶ୍ବର: ଜାନୁଆରୀ ୧ରୁ ରାଜ୍ୟରେ ହେବ ଆରମ୍ଭ ହେବ ଜନଗଣନା। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏଥିସହ ସେ କହିଛନ୍ତି ଯେ, ଯଥାଶୀଘ୍ର ସବୁ ପ୍ରସ୍ତାବ କାମ ଶେଷ କରି ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ମୁତାବକ, ବଦଳିବ ରିଲିଫ୍ କୋର୍ଡ। କାହିଁକି ନା ରିଲିଫ୍ ହେଉଛି ଏକ ଦୟାର ଶବ୍ଦ। ତେଣୁ ଆଉ ଦୟା ନୁହେଁ, ଏଥର ଲୋକଙ୍କୁ ମିଳିବ ଲୋକଙ୍କ ଅଧିକାର। ରିଲିଫ୍ କୋର୍ଡ, ଅଧିକାର ଆଇନରେ ପରିଣତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୨୧ରେ ଦେଶରେ ଜନଗଣନା ହେବାର ଥିଲା। ହେଲେ କୋଭିଡ୍ କାରଣରୁ ଏହା ସ୍ଥଗିତ ରହିଥିଲା। ହେଲେ ଏବେ ଆସନ୍ତାବର୍ଷରୁ ଦେଶରେ ପୁଣିଥରେ ଆରମ୍ଭ ହେବ ଜନଗଣନା। ଦୀର୍ଘ ୪ ବର୍ଷ ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହେଇଛି। ତେବେ ଦୀର୍ଘ ୧ ବର୍ଷ ଧରି ଏହି ପ୍ରକ୍ରିୟା ଚାଲିବ। ଏହା ପୂର୍ବରୁ ୧୯୯୧, ୨୦୦୧, ୨୦୧୧ ଇତ୍ୟାଦିରେ ଜନଗଣନା ହୋଇଥିଲା। ହେଲେ ଏବେ ପ୍ରତି ୧୦ ବର୍ଷରେ ଅର୍ଥାତ ୨୦୩୫, ୨୦୪୫ ଓ ୨୦୫୫ରେ ଜନଗଣନା ହେବ।

Leave A Reply

Your email address will not be published.