ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଦେବଗଡ଼ ଜିଲ୍ଲାରୁ ୧ ଟନ୍ ଗଞ୍ଜେଇ ସହ ୪ ଗିରଫ

0

ଦେବଗଡ଼: ଦେବଗଡ଼ ଜିଲ୍ଲାରେ ଏସଟିଏଫକୁ ବଡ଼ ସଫଳତା। ରିଆମାଳ ଥାନା ବଞ୍ଜାରୀ ଗାଁର ଏକ ଷ୍ଟକ ୟାର୍ଡରୁ ୧ ଟନ୍ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ର ସ୍ୱତନ୍ତ୍ର ଟିମ୍‌।

ଏକ ଟ୍ରକରୁ ୮୭ଟି ଗଂଜେଇ ଭର୍ତ୍ତି ଅଖା ଜବତ କରିଥିଲା ଏସ୍‌ଟିଏଫ୍‌। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ହେବ। ଗଞ୍ଜେଇ ଚାଲାଣ ନେଇ ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ୱର ଏସ୍‌ଟିଏଫ୍‌ର ସ୍ୱତନ୍ତ୍ର ଟିମ୍‌ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବଞ୍ଜାରୀ ଗାଁରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୩ଟି ଗାଡ଼ିରେ ଲୋଡ୍‌ ହୋଇଥିବା ପ୍ରାୟ ଏକ ଟନ୍‌ ଓଜନର ଗଞ୍ଜେଇ ଜବତ କରିଥିଲା। ଏଥିସହ ୩ଟି ଗାଡ଼ିକୁ ମଧ୍ୟ ଜବତ କରିଥିଲା। ଗଞ୍ଜେଇ କାରବାର ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ୍‌।

ଗିରଫ ୪ ଜଣଙ୍କ ଭିତରୁ ସମ୍ୱଲପୁର ଜିଲ୍ଲାର ଆଶିଷ ବାରିକ ହେଉଛନ୍ତି ଜଣେ ପେଶାଦାର ଗଞ୍ଜେଇ ମାଫିଆ। ଅନ୍ୟ ଅଭିଯୁକ୍ତମାନେ ହେଲେ ବରଗଡ଼ର ସୁବାସ ସିକଦାର, ଅନୁଗୋଳ ଜିଲ୍ଲାର ରତ୍ନା କିଶୋର ସାହୁ ଓ ସମିତି ନାୟକ। ଜବତ ହୋଇଥିବା ଗଞ୍ଜେଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ ହେବା ପାଇଁ ଗାଡ଼ିରେ ଲୋଡ୍‌ ହୋଇ ରଖାଯାଇଥିଲା। ହେଲେ ଚାଲାଣ ପୂର୍ବରୁ ସେହି ଗଞ୍ଜେଇକୁ ଜବତ କରିଛି ଏସ୍‌ଟିଏଫ୍‌।

Leave A Reply

Your email address will not be published.