ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଦେବଗଡ଼ ଜିଲ୍ଲାରୁ ୧ ଟନ୍ ଗଞ୍ଜେଇ ସହ ୪ ଗିରଫ

0

ଦେବଗଡ଼: ଦେବଗଡ଼ ଜିଲ୍ଲାରେ ଏସଟିଏଫକୁ ବଡ଼ ସଫଳତା। ରିଆମାଳ ଥାନା ବଞ୍ଜାରୀ ଗାଁର ଏକ ଷ୍ଟକ ୟାର୍ଡରୁ ୧ ଟନ୍ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ର ସ୍ୱତନ୍ତ୍ର ଟିମ୍‌।

ଏକ ଟ୍ରକରୁ ୮୭ଟି ଗଂଜେଇ ଭର୍ତ୍ତି ଅଖା ଜବତ କରିଥିଲା ଏସ୍‌ଟିଏଫ୍‌। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ହେବ। ଗଞ୍ଜେଇ ଚାଲାଣ ନେଇ ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ୱର ଏସ୍‌ଟିଏଫ୍‌ର ସ୍ୱତନ୍ତ୍ର ଟିମ୍‌ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବଞ୍ଜାରୀ ଗାଁରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୩ଟି ଗାଡ଼ିରେ ଲୋଡ୍‌ ହୋଇଥିବା ପ୍ରାୟ ଏକ ଟନ୍‌ ଓଜନର ଗଞ୍ଜେଇ ଜବତ କରିଥିଲା। ଏଥିସହ ୩ଟି ଗାଡ଼ିକୁ ମଧ୍ୟ ଜବତ କରିଥିଲା। ଗଞ୍ଜେଇ କାରବାର ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ୍‌।

ଗିରଫ ୪ ଜଣଙ୍କ ଭିତରୁ ସମ୍ୱଲପୁର ଜିଲ୍ଲାର ଆଶିଷ ବାରିକ ହେଉଛନ୍ତି ଜଣେ ପେଶାଦାର ଗଞ୍ଜେଇ ମାଫିଆ। ଅନ୍ୟ ଅଭିଯୁକ୍ତମାନେ ହେଲେ ବରଗଡ଼ର ସୁବାସ ସିକଦାର, ଅନୁଗୋଳ ଜିଲ୍ଲାର ରତ୍ନା କିଶୋର ସାହୁ ଓ ସମିତି ନାୟକ। ଜବତ ହୋଇଥିବା ଗଞ୍ଜେଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ ହେବା ପାଇଁ ଗାଡ଼ିରେ ଲୋଡ୍‌ ହୋଇ ରଖାଯାଇଥିଲା। ହେଲେ ଚାଲାଣ ପୂର୍ବରୁ ସେହି ଗଞ୍ଜେଇକୁ ଜବତ କରିଛି ଏସ୍‌ଟିଏଫ୍‌।

Leave A Reply

Your email address will not be published.