ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

କୋଚିଂ ସେଣ୍ଟର ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

0

ଭୁବନେଶ୍ବର; ମେଡିକାଲ କୋଚିଂ ସେଣ୍ଟର ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ। ପଟିଆ ସ୍ଥିତ ଏକ ହଷ୍ଟେଲରୁ ପୋଲିସ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଛାତ୍ରୀ ହେଉଛନ୍ତି କଲ୍ୟାଣୀ ସାହୁ, ତାଙ୍କ ଘର କଟକ ସାଲେପୁର ଅଞ୍ଚଳରେ ଅଟେ।

ରିପୋର୍ଟ ଅନୁଯାୟୀ କଲ୍ୟାଣୀ ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷର ଛାତ୍ରୀ। ଏଲେନ ଭୁବନେଶ୍ୱର ଚନ୍ଦ୍ରଶେଖରପୁତ୍ର ବ୍ରାଞ୍ଚରେ ସେ କୋଚିଂ ନେଉଥିଲେ। ତେବେ ପଟିଆସ୍ଥିତ ହଷ୍ଟେଲରେ ଆଜି ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। କୋଚିଂ ସେଣ୍ଟର ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀଙ୍କ ପରିବାର ଲୋକେ। ହଷ୍ଟେଲରେ ନିର୍ଯାତନା ଦେବା ସହ ଅନ୍ୟ ଛାତ୍ରୀମାନେ ରାଗିଂ କରୁଥିଲେ। ଛାତ୍ରୀ ଜଣଙ୍କ ଏହି ସଂପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ, ହଷ୍ଟେଲ କର୍ତ୍ତୃପକ୍ଷ କୌଣସ ପଦକ୍ଷେପ ନେଇ ନ ଥିଲେ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଖବର ପାଇ ଚନ୍ଦ୍ରଶେଖରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ମୃତ୍ୟୁ ପଛର କାରଣ ଜଣା ପଡି ନଥିବା ବେଳେ ଗତ କିଛିଦିନ ହେବ ସେ ମାନସିକ ଅବସାଦରେ ଥିବା କୁହାଯାଉଛି।

Leave A Reply

Your email address will not be published.