ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଓଏସ୍‌ଆରଟିସି ବସ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

0

ବୌଦ୍ଧ: ଓଏସ୍‌ଆରଟିସି ବସ୍ ଧକ୍କାରେ ବାଇକ୍‌ ଚାଳକର ଚାଲିଗଲା ଜୀବନ। ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାର ଆଇଁଲାଚୁଆଁ ଛକ ନିକଟରେ।

ଏହି ଓଏସ୍‌ଆରଟିସି ବସ୍‌ଟି କଣ୍ଟାମାଳରୁ ରାଜଧାନୀ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ବସ୍‌ଟି ଧକ୍କା ଦେବା ପରେ ଜଣେ ବାଇକ ଆରୋହୀ ବସ୍‌ ଚକାତଳେ ପଡ଼ି ଯାଇଥିଲେ। ଅନ୍ୟ ଜଣେ ଛିଟିକି ଟିକେ ଦୂରରେ ପଡ଼ିଥିଲେ। ବସ୍‌ ଚକା ତଳେ ପଡ଼ିଥିବା ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତାଙ୍କର ପରିଚୟ ମିଳି ନଥିବା ବେଳେ ଗୁରୁତର ଆହତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ମୁରଲୀ କହଁର। ତାଙ୍କ ଘର ନୂଆଁପାଲି ଗାଁରେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

Leave A Reply

Your email address will not be published.