ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

0

କଟକ: କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଛାତ୍ରୀଙ୍କ ବୟଫ୍ରେଣ୍ଡ୍ ଓ ତା’ସାଙ୍ଗ ମାନେ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ବାଦାମବାଡ଼ି ଥାନା ପୋଲିସ। ତେବେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିବା ସହ ତାଙ୍କୁ ବ୍ଲାକମେଲିଂ କରି ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନା ଅନୁସାରେ, କଟକ ପୁରୀଘାଟ ଥାନା ଅଞ୍ଚଳର ଥିବା ଏକ କାଫେରେ ଦଶହରା ବେଳେ ବୟଫ୍ରେଣ୍ଡ୍ ସହ ଜନ୍ମଦିନ ପାଳିଥିଲେ ପୀଡିତା ଛାତ୍ରୀ ଜଣଙ୍କ। ସେହି ଜନ୍ମଦିନ ପାର୍ଟିରେ କାଫେ ମାଲିକଙ୍କ ସହ ମିଶି ପୀଡିତାଙ୍କ ଅଜଣାତରେ ଆପତ୍ତିଜନକ ଭିଡ଼ିଓ ଉତ୍ତୋଳନ କରିଥିଲା ଅଭିଯୁକ୍ତ ବୟଫ୍ରେଣ୍ଡ୍। ପରେ ସେହି ଭିଡିଓ ଦେଖାଇ ପୀଡିତାଙ୍କୁ ଏକ ସ୍ଥାନକୁ ଡାକିଥିଲେ ଉକ୍ତ କାଫେ ମାଲିକ ଏବଂ ପୀଡିତାଙ୍କ ବୟଫ୍ରେଣ୍ଡ୍। ସେଠାରେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ କରିଛନ୍ତି ପୀଡିତା ଛାତ୍ରୀ ଜଣଙ୍କ।

ଏହି ଘଟଣାରେ ବାଦାମବାଡ଼ି ପୋଲିସ ବୟଫ୍ରେଣ୍ଡ ସହ ମୋଟ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ୬ଜଣଙ୍କ ମଧ୍ୟରୁ ୩ ଜଣ ଝାଞ୍ଜିରିମଙ୍ଗଳା ଅଞ୍ଚଳର ହୋଇଥିବା ବେଳେ କାଫେ ମାଲିକ ହେଉଛନ୍ତି ଭରତପୁର ଅଞ୍ଚଳର। ସେହିପରି ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧାର ହୋଇଥିବା ବେଳେ ଅନ୍ୟଜଣେ ନୟାଗଡ଼ ଅଞ୍ଚଳର।

Leave A Reply

Your email address will not be published.