ପ୍ରମୁଖ ଖବର

ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ।
ଚଳିତ ମାସ ଶେଷ ସୁଦ୍ଧା ଯୋଡି ହେବ ଆଉ ୧୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ମହାପ୍ରଭୁଙ୍କ ଅଧୀନକୁ ଆସିବ ଏମାର ମଠର ରୁପା ଇଟା
କୁହୁଡି ଯୋଗୁ ୩ ମାସ ପାଇଁ ବାତିଲ ହେଲା ୨୪ ଟ୍ରେନ
ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଜଣେ ମୃତ ଓ ୫ଗୁରୁତର

ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣାରେ ୨ ଗିରଫ

0

ଦଶରଥପୁର: ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣାରେ ଯାଜପୁର ଜିଲ୍ଲା ଦଶରଥପୁର ଥାନା ଅଞ୍ଚଳରେ ୨ ଗିରଫ କଲା ପୋଲିସ। ଅଭିଯୁକ୍ତ ୨ ଜଣ ହେଲେ ଦିପ୍ତିରଞ୍ଜନ ପାଣିଗ୍ରାହୀ ଓ ପୁଟୁଳି ସେଠୀ। ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କାଙ୍କ ଉପସ୍ଥିତିରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

ରାହାସୋଇ ପଞ୍ଚାୟତର ସୂଚନା ଅଧିକାର କର୍ମୀ ଅଶୋକ କୁମାର ପତି ବିଭିନ୍ନ ଦୁର୍ନୀତି ନେଇ ଆରଟିଆଇ ରିପୋର୍ଟ ମାଗିବା ଯୋଗୁଁ ପ୍ରଶାସନିକ ଅଧିକାରୀ ତଦନ୍ତ କରି ପଞ୍ଚାୟତ ସ୍ତରରେ କିଛି କାମକୁ ବନ୍ଦ କରିଦେଇଥିଲେ। ତେଣୁ ଆକ୍ରୋଶ ମୂଳକ ଭାବେ ଅଶୋକ ପତିଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍ତ୍ରୀ ଲଳିତା ପତିଙ୍କୁ ଘରୁ ଉଠାଇ ନେଇ ରାସ୍ତା ଉପରେ ଉଲଗ୍ନ କରି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ଘଟଣା ସ୍ଥଳରେ ଦଶରଥପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ କିଛି ଲୋକଙ୍କୁ ଥାନାରେ ଅଟକ ରଖିଥିଲା। ଏବେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ପୋଲିସ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହିଁ।

Leave A Reply

Your email address will not be published.