ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣାରେ ୨ ଗିରଫ

0

ଦଶରଥପୁର: ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣାରେ ଯାଜପୁର ଜିଲ୍ଲା ଦଶରଥପୁର ଥାନା ଅଞ୍ଚଳରେ ୨ ଗିରଫ କଲା ପୋଲିସ। ଅଭିଯୁକ୍ତ ୨ ଜଣ ହେଲେ ଦିପ୍ତିରଞ୍ଜନ ପାଣିଗ୍ରାହୀ ଓ ପୁଟୁଳି ସେଠୀ। ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କାଙ୍କ ଉପସ୍ଥିତିରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

ରାହାସୋଇ ପଞ୍ଚାୟତର ସୂଚନା ଅଧିକାର କର୍ମୀ ଅଶୋକ କୁମାର ପତି ବିଭିନ୍ନ ଦୁର୍ନୀତି ନେଇ ଆରଟିଆଇ ରିପୋର୍ଟ ମାଗିବା ଯୋଗୁଁ ପ୍ରଶାସନିକ ଅଧିକାରୀ ତଦନ୍ତ କରି ପଞ୍ଚାୟତ ସ୍ତରରେ କିଛି କାମକୁ ବନ୍ଦ କରିଦେଇଥିଲେ। ତେଣୁ ଆକ୍ରୋଶ ମୂଳକ ଭାବେ ଅଶୋକ ପତିଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍ତ୍ରୀ ଲଳିତା ପତିଙ୍କୁ ଘରୁ ଉଠାଇ ନେଇ ରାସ୍ତା ଉପରେ ଉଲଗ୍ନ କରି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ଘଟଣା ସ୍ଥଳରେ ଦଶରଥପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ କିଛି ଲୋକଙ୍କୁ ଥାନାରେ ଅଟକ ରଖିଥିଲା। ଏବେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ପୋଲିସ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହିଁ।

Leave A Reply

Your email address will not be published.