ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା

0

କଟକ: ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା ଦେଲା ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ। ଅଭିନେତା ତଥା ରାଜନେତା ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ହୋଇଛି। ମନୋଜ ମିଶ୍ର ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ତାଙ୍କ ନାହରେ ଏତଲା ହୋଇଛି। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ବସନ୍ତ ସାହୁ, ତାପସ ସରଘରିଆ, ବବି ଇସଲାମ୍‌ଙ୍କ ଭଳି ଅନେକ ନିର୍ଦ୍ଦେଶକ ଆଜି ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଏନେଇ ଆସୋସିଏସନ ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କୌଣସି ନୂଆ ଫିଲ୍ମ ଆସିଲେ ମନୋଜ ମିଶ୍ର, ଓଡ଼ିଆ ଫିଲ୍ମ ଓ ନିର୍ଦେଶକ, ପ୍ରଯୋଜକ ଏବଂ ଅଭିନେତାଙ୍କୁ ସାମାଜିକ ଗଣମାଧ୍ୟମରେ ଆକ୍ଷେପ କରୁଛନ୍ତି। ଶ୍ରୀ ମିଶ୍ରଙ୍କ ଆକ୍ଷେପ ଆମକୁ କଷ୍ଟ ଦେଉଛି। ମନୋଜ ମିଶ୍ର ଯେପରି ଭାବରେ ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ଅରୁଚିକର ବୋଲି ସଂଘ କହିଛି। ତାଙ୍କର ବୟାନ ରାଜ୍ୟର ସିନେପ୍ରେମୀଙ୍କ ମନରେ ଭିନ୍ନ ଭାବନା ସୃଷ୍ଟି କରୁଥିବା ବେଳେ ପରୋକ୍ଷ ଭାବରେ ସେ ଓଡିଆ ସିନେ ଜଗତକୁ ପ୍ରଭାବିତ କରିଥିବାରୁ ଆମେ ଆଭିଯୋଗ କରିଥିବା ସଂଘ ପକ୍ଷରୁ କୁହାଯାଇଛି। ସେ ଏଭଳି ମନ୍ତବ୍ୟରୁ ଦୂରେଇ ରହିବ ଜରୁରୀ। ସୋସିଆଲ ମିଡିଆରେ ରୋଜଗାର ଓ ରାଜନୀତିରେ ଚର୍ଚ୍ଚାରେ ରହିବାକୁ ସେ ଏଭଳି ମନ୍ତବ୍ୟ ଦେଇ ଆସୁଛନ୍ତି । ସେ ଯେଉଁ ସିନେମାରେ କାମ କରିଛନ୍ତି ସେ ସିନେମା ଭଲ ଏବଂ ଯେଉଁ ସିନେମାରେ କାମ କରି ନାହାନ୍ତି ସେ ସିନେମାକୁ ମନୋଜ ମିଶ୍ର ଖରାପ କହୁଥିବା ସଂଘ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ବିଭିନ୍ନ ପ୍ରସଙ୍ଗରେ ଅଭିନେତା ମନୋଜ ମିଶ୍ର ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସୁଛନ୍ତି। ଏକ ବର୍ଷରୁ ଅଧିକ ସମୟ ହେଲା ସେ ଓଡ଼ିଆ ଫିଲ୍ମକୁ ନେଇ ମଧ୍ୟ ନାନା କଥା କହିଛନ୍ତି। ଗତବର୍ଷ ଅକ୍ଟୋବର ୨୦ ତାରିଖରେ ଚଳଚ୍ଚିତ୍ର ‘ରାମ’ ରିଲିଜ କରିଥିଲା। ସମ୍ବଲପୁରରେ ଏହି ଚଳଚ୍ଚିତ୍ର ନ ଚଲେଇ ଦେବା ପାଇଁ ମନୋଜ ଷଡ଼ଯନ୍ତ୍ର କରିଥିବା ନେଇ ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.