ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଥାନାରେ କିଭଳି ବ୍ୟବହାର କରିବେ ପୋଲିିସ ଅଫିସର

0

ଏସଓପି ଆଣିଲେ ରାଜ୍ୟ ସରକାର

କଟକ: ଭରତପୁର ଥାନା ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଏହାପରେ ଥାନାରେ ସିସିଟିଭି ଲଗାଇବା ଓ ପ୍ରତିରକ୍ଷା କର୍ମଚାରୀଙ୍କ ସହ କିଭଳି ବ୍ୟବହାର କରିବେ ପୋଲିିସ ଅଫିସର, ସେନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ଏସଓପି ଆଣିଛନ୍ତି।

ଏସଓପି ଅନୁସାରେ, ସେନା ଅଧିକାରୀ ଥାନାକୁ ଆସିଲେ ଭଲ ବ୍ୟବହାର କରିବେ ଥାନାବାବୁ। ସମସ୍ୟା ଓ ଅଭିଯୋଗକୁ ଶୁଣିବା ସହିତ ସହାୟତା ପ୍ରଦାନ କରିବେ। ଲିଖିତ ଅଭିଯୋଗ କଲେ ଆଇନ ଅନୁଯାୟୀ ତୁରନ୍ତ ପଦକ୍ଷେପ ନେବେ। ମୌଖିକ ଅଭିଯୋଗ କଲେ ମଧ୍ୟ ଏଫଆଇଆର କରିବେ। ଅଭିଯୋଗକାରୀଙ୍କ ହସ୍ତାକ୍ଷର ନେଇ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବେ। ଡ୍ୟୁଟିରେ ଥିବା ସେନା ଅଧିକାରୀଙ୍କୁ ଗିରଫ କରିପାରିବନି ପୋଲିସ। ସେନା ଅଧିକାରୀଙ୍କ ଗିରଫ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ବାଧ୍ୟତାମୂଳକ।

ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର ସ୍ବତନ୍ତ୍ର ଗାଇଡଲାଇନ ରହିଛି। ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲେ ଗିରଫ ପାଇଁ ଅନୁମତି ମାଗିବ ପୋଲିସ। ନିକଟସ୍ଥ ଷ୍ଟେସନ କମାଣ୍ଡରଙ୍କ ଅନୁମତି ଲୋଡିବ ପୋଲିସ। ମେଜର ଜେନେରାଲ କିମ୍ବା ତଦୁର୍ଦ୍ଧ ର଼୍ୟାଙ୍କର ଅଫିସର ଅନୁମତି ଦେବେ। ଅନୁମତି ନ ମିଳିଲେ ମିଲିଟାରୀ ପୋଲିସକୁ ହସ୍ତାନ୍ତର ବାଧ୍ୟତାମୂଳକ। ବଳାତ୍କାର, ହତ୍ୟା ଓ ଅପହରଣ ଭଳି ମାମଲାରେ ଗିରଫ କରିପାରିବ ପୋଲିସ। କଷ୍ଟୋଡିରେ ଯବାନଙ୍କୁ ଦୁର୍ବ୍ୟବହାର କିମ୍ବା ମାଡ ମାରିପାରିବ ନାହିଁ ପୋଲିସ।

ରାଜ୍ୟର ସମସ୍ତ ଥାନାରେ ସିସିଟିଭି ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ହାଇକୋର୍ଟଙ୍କ ପ୍ରଶଂସା କରିଛନ୍ତି। ୯୬ ପ୍ରତିଶତ ପୁଲିସ୍‌ ଷ୍ଟେସନରେ ଲାଗିଛି ସିସିଟିଭି। ବାକି ୪ ପ୍ରତିଶତ ପୁଲିସ ଷ୍ଟେସନରେ ନଭେମ୍ବର ଶେଷ ସୁଦ୍ଧା ଲାଗିଯିବ ସିସିଟିଭି। ସବୁ ସିସିଟିଭିକୁ ପୁଲିସ ମୁଖ୍ୟାଳୟରୁ ମୋନିଟରିଂ କରାଯାଉଛି। ୨୯୫ଟି ପୁଲିସ ଫାଣ୍ଡିରେ ମଧ୍ୟ ସିସିଟିଭି ଲଗେଇବା ପାଇଁ ପ୍ରକ୍ରିୟା ଜାରି ରହିଛି।

Leave A Reply

Your email address will not be published.