ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ

0

ପୁରୀ: ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ। ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ମନ୍ଦିରର ଗୁମୁଟ ଭିତରକୁ ପଶିଗଲେ ଅଣହିନ୍ଦୁ ମହିଳା। ମାଣ୍ଡାରିନ୍ ଭାଷାରେ କଥାବାର୍ତ୍ତା କରୁଥିବାରୁ ହୋଇଥିଲା ସନ୍ଦେହ। ସେଠାରେ ତାଙ୍କୁ ଧରି ଥିଲେ ଜଗନ୍ନାଥ ଟେମ୍ପୁଲ ପୁଲିସ୍‌।

ଉଦ୍ଧାର ବେଳେ ମହିଳା ଜଣକ ପୁଲିସ୍‌କୁ ବିରୋଧ କରୁଥିଲେ। ହେଲେ ପୁଲିସ୍‌ ତାଙ୍କୁ ଜବରଦସ୍ତି ଉଦ୍ଧାର ଅସ୍ଥାୟୀ ଆଉଟ୍‌ ପୋଷ୍ଟକୁ ନେଇଥିଲା। ସେଠାରେ ତାଙ୍କୁ ଦୀର୍ଘ ସମୟଧରି ପଚରାଉଚରା କରିଥିଲା। ତଦନ୍ତ ପରେ ମହିଳାଙ୍କୁ ବ୍ୟାରିକେଡ୍ ବାହାରକୁ ଛାଡି ଦିଆଯାଇଛି।

ତେବେ ଏହି ଚାଇନିଜ୍ ମହିଳା ଜଣକ ଶ୍ରୀମନ୍ଦିର ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୋକଙ୍କ ଭିଡ ଭିତରେ ମନ୍ଦିର ଭିତରକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ପୂର୍ବରୁ କିଛି ବାଂଲାଦେଶୀ ଶ୍ରୀମନ୍ଦିର ଭିତରେ ପଶିଥିଲେ। ଢିଲା ସୁରକ୍ଷା ଯୋଗୁ ବିଦେଶୀମାନେ ବାରମ୍ୱାର ଶ୍ରୀମନ୍ଦିର ଭିତରେ ପଶୁଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply

Your email address will not be published.