ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

0

ଭୁବନେଶ୍ବର: ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଗୁରୁବାର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ଏକାସାଙ୍ଗରେ ତିନି ବର୍ଷ ପାଇଁ ପୁରସ୍କାର ଘୋଷଣା ହୋଇଥିବା ବେଳେ ୨୦୨୦ ପାଇଁ ସହିଦ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା ଓ ଡାଲଚିନି ଏବଂ ୨୦୨୨ ପାଇଁ ଦମନକୁ ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର ମିଳିଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଘୋଷଣା କରିଛନ୍ତି।

ସେହିଭଳି ୨୦୨୦ରେ ରୋମିଓ ରାଜା ପାଇଁ ଅମ୍ଳାନ ଦାସ ଏବଂ ସହିଦ ରଘୁ ସର୍ଦ୍ଦାର ପାଇଁ ଦେବାଶିଷ ପାତ୍ର, ୨୦୨୧ରେ ଭୋକ ପାଇଁ ଅଙ୍କିତ କୁମାର ଓ ପ୍ରତୀକ୍ଷା ପାଇଁ ଦିପାନ୍ବିତ ଦାସ ମହାପାତ୍ର ଏବଂ ୨୦୨୨ ପାଇଁ ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ନାୟକ ପୁରସ୍କାର ମିଳିଛି। ଏଥିସହିତ ଜୀବନବ୍ୟାପି ସାଧନା ପାଇଁ ତିନି ବର୍ଷରେ ତିନି ଜଣଙ୍କୁ ମୋହନ ସୁନ୍ଦର ଦେବଗୌସ୍ୱାମୀ ସମ୍ମାନ ମିଳିବ। ୨୦୨ରେ ଅନନ୍ତ ମହାପାତ୍ର, ୨୧ରେବ ଶ୍ରୀନିବାସ ମହାପାତ୍ର ଏବଂ ୨୨ ପାଇଁ ଜୟୀରାମ ସାମଲଙ୍କୁ ଏହି ପୁରସ୍କାର ମିଳିବ।

୨୦୨୦ରେ ରୋମିଓ ରାଜା ଚଳଚିତ୍ର ପାଇଁ ରାକେଶ ସାମଲଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ କାବ୍ୟା କିରଣ ଶୁକ୍ଲା, ଶ୍ରେଷ୍ଠ କାହାଣୀ ପାଇଁ ଡା. ବିଶ୍ଵନାଥ କର, ସଂଗୀତ ନିର୍ଦ୍ଦେଶକ ବୈଦନାଥ ଦାଶ, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ସରୋଜ କୁମାର, ଗାୟିକା ଅସୀମ ପଣ୍ଡା, ଶ୍ରେଷ୍ଠ ସିନେମାଟୋଗ୍ରାଫର ନିରଞ୍ଜନ ଦଶ, ରାଜେଶ ଯୋଗୀ, ଶ୍ରେଷ୍ଠ ଗୀତିକାର ପଞ୍ଚାନନ ନାୟକ, ବର୍ଷ ପ୍ରିୟଦର୍ଶିନୀଙ୍କୁ ସ୍ୱତନ୍ତ୍ର ଜୁରୀ ପୁରସ୍କାର କୁଇନ ସିନେମା ପାଇଁ ମିଳିଛି।

୨୦୨୧ରେ ଦୁଇଟି ଚଳଚିତ୍ରକୁ ଶ୍ରେଷ୍ଠ ପୁରସ୍କାର ମିଳିଥିବା ବେଳେ ତୃଷ୍ଣା ଚଳଚିତ୍ର ପାଇଁ ସୁରେଶ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ଡାଲଚିନି ପାଇଁ ସୂର୍ୟ୍ୟମୟୀ ମହାପାତ୍ରଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ସ୍ୱୟମ ପାଢ଼ୀ, ଗାୟିକା ସୋହିନୀ ମିଶ୍ର, ଗୀତିକାର ଚିନ୍ମୟ କୁମାର ସାହୁ।

ସେହିଭଳି ୨୦୨୨ରେ ମାୟାବୀ ପାଇଁ ସୁଧାଂଶୁ ମୋହନ ସାହୁଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଲୋପାମୁଦ୍ରା ମିଶ୍ର, ଶ୍ରେଷ୍ଠ ସଂଗୀତ ପଙ୍କଜ ଜାଲ, ଶ୍ରେଷ୍ଠ ପ୍ରଛଦପଟ ଗାୟକ ମାଧବ ଦାସ, ଗାୟିକା ଦୀପ୍ତିରେଖା ପାଢ଼ୀ, ଗୀତିକାର ଚୂଡ଼ାମଣି ଚନ୍ଦନ ଓ କପିଳେଶ୍ୱର ଖମାରିଙ୍କୁ ପୁରସ୍କାର ମିଳିବ।


Leave A Reply

Your email address will not be published.