ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ବଢ଼ିଲା ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି

0

କଟକ: ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧିକୁ ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଆଜି ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୮ ଅର୍ଥାତ୍ ଆଜି ଫର୍ମ ପୂରଣର ଶେଷ ତାରିଖ ଥିବାବେଳେ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ଫର୍ମ ପୂରଣ ଅବଧିକୁ ବଢ଼ାଇଛି ବୋର୍ଡ। ସେହିପରି SOSC ପରୀକ୍ଷା ୨୦୨୫ (ପ୍ରଥମ) ପାଇଁ ମଧ୍ୟ ଫର୍ମ ପୂରଣ ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ତେବେ ଏହା ଶେଷ ପ୍ରକ୍ରିୟା ଏବଂ ଏହା ପରେ ଆଉ ଫର୍ମ ପୂରଣ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସୂଚନାଯୋଗ୍ୟ, ମାଟ୍ରିକ୍ ପରୀକ୍ଷା ପାଇଁ ନଭେମ୍ବର ୩ ତାରିଖରୁ ଫର୍ମ ପୂରଣ ଆରମ୍ଭ ହୋଇଛି। ନଭେମ୍ବର ୧୮ ଅର୍ଥାତ୍ ଆଜି ଫର୍ମ ପୂରଣର ଶେଷ ତାରିଖ ଥିଲା। ତେବେ ଏହାକୁ ବୋର୍ଡ ପକ୍ଷରୁ ବୃଦ୍ଧି କରାଯାଇଛି। ଆସନ୍ତା ଫେବ୍ରୁଆରୀ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ।

Leave A Reply

Your email address will not be published.