ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ବାଲିଯାତ୍ରାରେ କଲେଜଛାତ୍ର ମୃତ୍ୟୁ ଘଟଣାରେ ପରିବାର ଲୋକଙ୍କୁ ମିଳିବ କ୍ଷତିପୂରଣ

0

କଟକ: ଐତିହାସିକ କଟକ ବାଲିଯାତ୍ରାରେ ଗତକାଲି ବିଦ୍ୟୁତ୍‌ ଆଘାତରେ ଜଣେ ଯୁକ୍ତ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜଗତସିଂହପୁର ଜୟବଡ଼ର ପ୍ରଭାକର ମନ୍ଥନଙ୍କ ପୁଅ ବିଶ୍ୱପ୍ରକାଶ ମନ୍ଥନ(୧୮)। ରିଙ୍ଗ ରୋଡର ଦୁଇ ରାସ୍ତା ମଝିରେ ଥିବା ବାଡ଼ରେ ସଜାଯାଇଥିବା ଲିଚୁ ଲାଇଟ ତାର ସଂସ୍ପର୍ଶରେ ଆସି ବିଶ୍ୱପ୍ରକାଶଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ପ୍ରଶାସନର ବେପରୁଆ ପ୍ରସ୍ତୁତି କାରଣରୁ ନିରୀହ ଛାତ୍ରଙ୍କ ଜୀବନ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି। ସାଜସଜ୍ଜା ନାଁରେ ପ୍ରଶାସନ ଏଭଳି ଅସୁରକ୍ଷିତ ତଥା ବେପରୁଆ ମନୋଭାବକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଏହି ଘଟଣାରେ କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଆଜି ତଦନ୍ତ ନିଦ୍ଦେଶ ଦେଇଛନ୍ତି। ଏପରିକି ତହସିଲଦାର ଏବଂ ଟିପିସିଓଡିଏଲ୍‌କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି। କାହା ଜାଣତରେ ଅଘଟଣ ଘଟିଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ମୃତକଙ୍କ ପରିବାର ଲେକାଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ବିଶ୍ୱପ୍ରକାଶ କଟକରେ ଥିବା ଏକ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ପଢୁଥିଲେ। ସେ ତାଙ୍କ ଅନ୍ୟ କିଛି ସାଙ୍ଗଙ୍କ ସହିତ ବାଲିଯାତ୍ରା ବୁଲିବାକୁ ଯାଇଥିଲେ। ତଳ ପଡ଼ିଆ ବୁଲିବା ପରେ ସେ ରିଂ ବନ୍ଧକୁ ଉଠିଥିଲେ। ରାତି ପ୍ରାୟ ୯ଟାରୁ ୯ଟା ୧୫ ମଧ୍ୟରେ ବିଶ୍ୱପ୍ରକାଶ ଓ ତାଙ୍କ କିଛି ସାଙ୍ଗ ରିଂ ବନ୍ଧର ଗୋଟିଏ ପଟରାସ୍ତାରୁ ଆରପଟକୁ ପାର ହେବା ପାଇଁ ଡିଭାଇଡରକୁ ଅତିକ୍ରମ କରିଥିଲେ।

ବିଶ୍ୱପ୍ରକାଶ ରାସ୍ତା ଅତିକ୍ରମ କରିବା ସମୟରେ ଲିଚୁ ତାରକୁ ଧରି ପକାଇବାରୁ ସେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଡିଭାଇଡରରେ ଲୁହାବାଡ଼ ଥିବାରୁ ସେ ଲୁହା ଭିତରେ ବିଶ୍ୱ ଛନ୍ଦି ହୋଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଉକ୍ତ ତାରକୁ ବିଶ୍ୱପ୍ରକାଶଙ୍କ ହାତରୁ କଢ଼ାଯାଇଥିଲେ ମଧ୍ୟ ସେତେବେଳକୁ ସେ ତଳେ ପଡ଼ିଯାଇଥିଲେ।ଏକ ଆମ୍ବୁଲାନ୍ସ ଯୋଗେ ବିଶ୍ୱଙ୍କୁ ଏସ୍‌ସିବି ନିଆଯିବା ପରେ, ସେଠାରେ ଡାକ୍ତର ବିଶ୍ୱପ୍ରକାଶଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା।

Leave A Reply

Your email address will not be published.