ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପ୍ଲାଷ୍ଟିକ୍‌ ସ୍କ୍ରାପ୍‌ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

0

ଝାରସୁଗୁଡ଼ା: ପ୍ଲାଷ୍ଟିକ୍‌ ସ୍କ୍ରାପ୍‌ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ। ଝାରସୁଗୁଡ଼ା ବେହେରାପାଲି ରିୟାନ ପଲିଟେକ୍ନିକ୍ ଇଣ୍ଡଷ୍ଟ୍ରିଜର ପ୍ଲାଷ୍ଟିକ୍ ସ୍କ୍ରାପ୍‌ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଗୋଦାମରେ ଥିବା ଜନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି।
ସୂଚନା ଅନୁସାରେ, ଆଜି ସକାଳେ ବେହେରାପାଲି ରିୟାନ ପଲିଟେକ୍ନିକ୍ ଇଣ୍ଡଷ୍ଟ୍ରିଜର ପ୍ଲାଷ୍ଟିକ୍ ସ୍କ୍ରାପ୍‌ ଫ୍ୟାକ୍ଟ୍ରିରେ ଅଚାନକ ନିଆଁ ଲାଗିଯାଇଥିଲା। ପରେ ଏହା ଧୀରେ ଧୀରେ ଅନ୍ୟସ୍ଥାନ ଆଡକୁ ବ୍ୟାପିଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଗୋଦାମ ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ନିଆଁ ଆୟତ୍ତ କରିବାକୁ ଝାରସୁଗୁଡ଼ା ଅଗ୍ନିଶମ ବାହିନୀର ୨ଟି ଗାଡ଼ି, ଜିନ୍ଦଲ ଷ୍ଚିଲ୍ ଏବଂ ପାଓ୍ବାର ଏବଂ ବେଦାନ୍ତ କାରଖାନାର ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି। ହେଲେ ପ୍ରବଳ ଧୁଆଁ ହେବା ଯୋଗୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇ ପଡ଼ିଛି।

Leave A Reply

Your email address will not be published.