ପ୍ରମୁଖ ଖବର

ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
ପୁଣି ନାବାଳିକା ଦେହରେ ନିଆଁ
ନାବାଳିକାଙ୍କ ଶରୀର ୭୦ପ୍ରତିଶତ ପୋଡିଯାଇଛି- ଏମ୍ସ
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ଦୋଷୀଙ୍କୁ ତୁରନ୍ତ ଗିରଫ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଉପମୁଖ୍ୟମନ୍ତ୍ରୀ
ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ମୃତ
କଟକ ଆଖପାଖ ଅଞ୍ଚଳକୁ ହେବ ସମୃଦ୍ଧ ମଡେଲ ଅଞ୍ଚଳ: ମୁଖ୍ୟମନ୍ତ୍ରୀ

ବିଜୟ ଅଭିମୁଖେ ପ୍ରିୟଙ୍କା ଗାନ୍ଧୀ

0

ଓ୍ବାୟନାଡ଼: କଂଗ୍ରେସର ସାଧାରଣ ସମ୍ପାଦିକା ତଥା ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଓ୍ବାୟନାଡ଼ରେ ବାଜିମାତ କରିବାକୁ ଯାଉଛନ୍ତି। ଏଠାରେ ଅନୁଷ୍ଠିତ ଲୋକସଭା ଉପନିର୍ବାଚନର ଭୋଟ ଗଣତି ଶନିବାର ଜାରି ରହିଥିବାବେଳେ ପ୍ରିୟଙ୍କା ସବୁଠୁ ଆଗରେ ରହିଛନ୍ତି।
କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା କେରଳର ୱାୟନାଡ ଲୋକ ସଭା ଆସନ ପାଇଁ ଗତ ୧୩ ତାରିଖରେ ଉପ-ନିର୍ବାଚନ ହୋଇଥିଲା। ଆଜି ଫଳାଫଳ ଆଜି ପ୍ରକାଶ ପାଇବ। ଏନେଇ ବର୍ତ୍ତମାନ ଭୋଟ ଗଣନା ଚାଲିଛି । ପ୍ରାରମ୍ଭିକ ଧାରାରେ ପ୍ରିୟଙ୍କା ଗାନ୍ଧୀ ଲକ୍ଷାଧିକ ଭୋଟ୍ ରେ ଆଗୁଆ ଅଛନ୍ତି। ଏହାପରେ କମ୍ୟୁନିଷ୍ଟ ପାର୍ଟି ଦ୍ୱିତୀୟ ସ୍ଥାନରେ ଥିବାବେଳେ ବିଜେପି ତୃତୀୟ ସ୍ଥାନରେ ରହିଛି।

ପ୍ରିୟଙ୍କା ୱାୟାନାଡରେ ପ୍ରଚଣ୍ଡ ବିଜୟ ଆଡକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ପ୍ରିୟଙ୍କା ଗାନ୍ଧୀ ୪୮୨୩୯ ଭୋଟ୍ ରେ ଆଗୁଆ ଅଛନ୍ତି। ତେବେ ସେ ୧୪୯୩୪୬ ଭୋଟ୍ ପାଇଥିବାବେଳେ ସିପିଆଇ ପ୍ରାର୍ଥୀ ସତ୍ୟନ ମୋକେରୀ ୪୮୮୯୫ ଭୋଟ୍ ପାଇଛନ୍ତି ସେହିପରି ବିଜେପି ପ୍ରାର୍ଥୀ ନାଭିଆ ହରିଦାସ ୨୭୯୨୧ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ଆସନ ଜିତି ରାହୁଲ ଗାନ୍ଧୀ ସଂସଦରେ ପହଞ୍ଚିଥିଲେ। ରାହୁଲ ଉତ୍ତରପ୍ରଦେଶର ରାଏବରେଲି ଆସନରୁ ସଦସ୍ୟତା ବଜାୟ ରଖିଥିବାବେଳେ ୱାୟାନାଡ ଆସନରୁ ଇସ୍ତଫା ଦେଇଥିଲେ, ତେଣୁ ଏଠାରେ ଅନୁଷ୍ଠିତ ଉପ-ନିର୍ବାଚନରେ ତାଙ୍କ ଭଉଣୀ ପ୍ରିୟଙ୍କା ପ୍ରଥମଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Leave A Reply

Your email address will not be published.