ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବିଜୟ ଅଭିମୁଖେ ପ୍ରିୟଙ୍କା ଗାନ୍ଧୀ

0

ଓ୍ବାୟନାଡ଼: କଂଗ୍ରେସର ସାଧାରଣ ସମ୍ପାଦିକା ତଥା ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଓ୍ବାୟନାଡ଼ରେ ବାଜିମାତ କରିବାକୁ ଯାଉଛନ୍ତି। ଏଠାରେ ଅନୁଷ୍ଠିତ ଲୋକସଭା ଉପନିର୍ବାଚନର ଭୋଟ ଗଣତି ଶନିବାର ଜାରି ରହିଥିବାବେଳେ ପ୍ରିୟଙ୍କା ସବୁଠୁ ଆଗରେ ରହିଛନ୍ତି।
କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା କେରଳର ୱାୟନାଡ ଲୋକ ସଭା ଆସନ ପାଇଁ ଗତ ୧୩ ତାରିଖରେ ଉପ-ନିର୍ବାଚନ ହୋଇଥିଲା। ଆଜି ଫଳାଫଳ ଆଜି ପ୍ରକାଶ ପାଇବ। ଏନେଇ ବର୍ତ୍ତମାନ ଭୋଟ ଗଣନା ଚାଲିଛି । ପ୍ରାରମ୍ଭିକ ଧାରାରେ ପ୍ରିୟଙ୍କା ଗାନ୍ଧୀ ଲକ୍ଷାଧିକ ଭୋଟ୍ ରେ ଆଗୁଆ ଅଛନ୍ତି। ଏହାପରେ କମ୍ୟୁନିଷ୍ଟ ପାର୍ଟି ଦ୍ୱିତୀୟ ସ୍ଥାନରେ ଥିବାବେଳେ ବିଜେପି ତୃତୀୟ ସ୍ଥାନରେ ରହିଛି।

ପ୍ରିୟଙ୍କା ୱାୟାନାଡରେ ପ୍ରଚଣ୍ଡ ବିଜୟ ଆଡକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ପ୍ରିୟଙ୍କା ଗାନ୍ଧୀ ୪୮୨୩୯ ଭୋଟ୍ ରେ ଆଗୁଆ ଅଛନ୍ତି। ତେବେ ସେ ୧୪୯୩୪୬ ଭୋଟ୍ ପାଇଥିବାବେଳେ ସିପିଆଇ ପ୍ରାର୍ଥୀ ସତ୍ୟନ ମୋକେରୀ ୪୮୮୯୫ ଭୋଟ୍ ପାଇଛନ୍ତି ସେହିପରି ବିଜେପି ପ୍ରାର୍ଥୀ ନାଭିଆ ହରିଦାସ ୨୭୯୨୧ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ଆସନ ଜିତି ରାହୁଲ ଗାନ୍ଧୀ ସଂସଦରେ ପହଞ୍ଚିଥିଲେ। ରାହୁଲ ଉତ୍ତରପ୍ରଦେଶର ରାଏବରେଲି ଆସନରୁ ସଦସ୍ୟତା ବଜାୟ ରଖିଥିବାବେଳେ ୱାୟାନାଡ ଆସନରୁ ଇସ୍ତଫା ଦେଇଥିଲେ, ତେଣୁ ଏଠାରେ ଅନୁଷ୍ଠିତ ଉପ-ନିର୍ବାଚନରେ ତାଙ୍କ ଭଉଣୀ ପ୍ରିୟଙ୍କା ପ୍ରଥମଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Leave A Reply

Your email address will not be published.