ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମାଆକୁ ପିଟିପିଟି ହତ୍ୟା କଲା ପୁଅ

0

ଅନୁଗୁଳ: ଅନୁଗୁଳରେ ଅଭାବନୀୟ ଘଟଣା। ବୃଦ୍ଧା ମାଆକୁ ପିଟିପିଟି ହତ୍ୟା କଲା ନୃଶଂସ ପୁଅ। ଟାଉନ ଥାନା ସୁସୁଡ଼ା ଗାଁରେ ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ। ମାଆ ସହ ବଚସା ପରେ ଠେଙ୍ଗାରେ ପିଟିପିଟି ହତ୍ୟା କଲା ପୁଅ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ମୃତ ବୃଦ୍ଧାଙ୍କ ନାଁ ଲତା ନାଏକ, ବୟସ ୭୦ ବର୍ଷ।

ସୂଚନା ଅନୁସାରେ, ଗତକାଲି ରାତିରେ ପୁଅ ସରୋଜ ଏବଂ ମା’ ଲତାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ସେଥିରେ ଉତ୍ୟକ୍ତ ହୋଇ ସରୋଜ ନିଜ ମାଆଙ୍କୁ ମାଡ ମାରିଥିଲା। ଲତା ନିଜକୁ ରକ୍ଷା କରିବାକୁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ପୁର ରାଗ ଶାନ୍ତ ହୋଇ ନଥିଲା। ଶେଷରେ ମାଆକୁ ପିଟି ପିଟି ହତ୍ୟା କରିଥିଲା ପୁଅ ସରୋଜ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଭିଯୁକ୍ତ ସରୋଜଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ୍ ଘଟଣାସ୍ଥଳକୁ ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.