ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବ୍ରେକ ଅପ୍ କରିବା ଅର୍ଥ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନୁହେଁ : ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ବ୍ରେକ ଅପ୍ କିମ୍ବା କଥା ଦେଇ ବିବାହ ନ କରିବା ଅପରାଧ ନୁହେଁ। ଏପରି ଏକ ନିଷ୍ପତ୍ତି ସମୟରେ ଏହା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବ୍ରେକ ଅପ୍ କିମ୍ବା କଥା ଦେଇ ବିବାହ ନକରିବାର ଅର୍ଥ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ହୋଇନଥାଏ। ବରଂ ଏପରି ହେବାପରେ ବ୍ୟକ୍ତି ମାନସିକ ଭାବରେ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥାଏ ବୋଲି କୋର୍ଟ କହିଛନ୍ତି।

ଯଦି କୌଣସି ବ୍ୟକ୍ତି ଆତ୍ମହତ୍ୟା କରେ, ତେବେ ଏଥିପାଇଁ ଅନ୍ୟ କୌଣସି ବ୍ୟକ୍ତି ଅପରାଧୀ ସାବ୍ୟସ୍ତ ହେବେନାହିଁ ବୋଲି କୋର୍ଟ କହିଛନ୍ତି। କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଜଷ୍ଟିସ ପଙ୍କଜ ମିତ୍ତଲ ଓ ଉଜ୍ଜଳ ଭୂୟାଁଙ୍କ ଖଣ୍ଡପୀଠ ଶୁଣାଣି କରି ଏହାକୁ ସାଧାରଣ ବ୍ରେକ ଅପ ବୋଲି କହିଛନ୍ତି। ଏହି ମାମଲାରେ ଦଣ୍ଡବିଧାନକୁ ମଧ୍ୟ କୋହଳ କରାଯାଇଛି।

ସୂଚନା ଅନୁସାରେ, କର୍ଣ୍ଣାଟକ ହାଇକୋର୍ଟ କମରୁଦ୍ଦିନ ଦସ୍ତଗୀର ସନ୍ଦୀକୁ ନିଜ ବାନ୍ଧବୀଙ୍କ ସହ ଚାର୍ଟ କରି ସୁଇସାଇଡ କରିବାକୁ ପ୍ରେରିତ କରିଥିବା କାରଣରୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅଭିଯୁକ୍ତକୁ ୫ ବର୍ଷ ଜେଲ ଦଣ୍ଡ ସହ ୨୫ ହଜାର ଟଙ୍କାର ଜରିମାନା ମଧ୍ୟ ଘୋଷଣା କରାଯାଇଥିଲା। ୨୦୦୭ ମସିହାରେ ଅଭିଯୁକ୍ତ କମରୁଦ୍ଦିନ ନିଜ ବନ୍ଧବୀଙ୍କ ସହ ୮ ବର୍ଷର ସମ୍ପର୍କ ପରେ ମଧ୍ୟ ବିବାହା କରିବାକୁ ମନା କରିଥିଲା। ଏହାପରେ ୨୧ ବର୍ଷୀୟ ଝିଅ ଆତ୍ମହତ୍ୟା କରିବାରୁ ତାଙ୍କ ମାଆ ଥାନାରେ ଏତଲା ଦେଇଥିଲେ। ଟ୍ରାଏଲ କୋର୍ଟ ଅଭିଯୁକ୍ତକୁ ନିର୍ଦୋଷରେ ଖଲାସ କରିଥିଲେ ମଧ୍ୟ ହାଇକୋର୍ଟ ଧାରା ୪୧୭(ଠକାମି ) ଏବଂ ୩୦୬( ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଅନୁସାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ଏହି କେସ୍ ସୁପ୍ରିମ କୋର୍ଟରେ ପହଞ୍ଚିଥିଲା। ଯାଞ୍ଚରେ ମହିଳାଙ୍କ ସହିତ ଅଭିଯୁକ୍ତର ଶାରୀରିକ ସମ୍ପର୍କ ଥିବା କିମ୍ବା ଆତ୍ମହତ୍ୟା ପାଇଁ ଉସୁକାଇଥିବା ପ୍ରମାଣିତ ହୋଇପାରି ନାହିଁ। ତେଣୁ ଯୁବକଙ୍କୁ ଦଣ୍ଡ ଦେବା ନ୍ୟାୟ ସଙ୍ଗତ ନୁହେଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି ।

Leave A Reply

Your email address will not be published.