ପ୍ରମୁଖ ଖବର

ଜିଲ୍ଲାପାଳମାନଙ୍କୁ ସିଏମ ମୋହନ ମାଝୀଙ୍କ ୯ଟି ଟାସ୍କ: ଦୁର୍ନୀତି ହଟାଅ, ସଚ୍ଚୋଟ ହୁଅ
ଜଗତସିଂହପୁରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ନିକଟସ୍ଥ ଏକ ଘରୋଇ ମେସରୁ ମଙ୍ଗଳବାର ଦିନ ଜଣେ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ମାଓବାଦୀ ନିହତ

ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ

0

ଭୁବନେଶ୍ବର: ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର। ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ। ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ ୭ଟଙ୍କା ୬୪ ପଇସା ହେବ । ପୂର୍ବରୁ ଏହି ଖର୍ଚ୍ଚ ୫ ଟଙ୍କା ୯୦ ପଇସା ଥିଲା। ସେହିପରି ଉଚ୍ଚ ପ୍ରାଥମିକ ପାଇଁ ଖର୍ଚ୍ଚ ହେବ ୧୦ ଟଙ୍କା ୯୪ ପଇସା। ପୂର୍ବରୁ ଏହି ଖଚ୍ଚ ୮ଟଙ୍କା ୮୨ ପଇସା ଥିଲା।

ତେବେ ଭାଜପା ସରକାର ଆସିବା ପରେ ମଧ୍ୟାହ୍ନ ଭୋଜନରେ ୧ଟଙ୍କା ବୃଦ୍ଧି ହୋଇଥିଲା। ପୁଣି ଥରେ ଖର୍ଚ୍ଚକୁ ସଂଶୋଧନ କରି ନୂଆ ଖର୍ଚ୍ଚ ସରକାର ଲାଗୁ କରିଛନ୍ତି। ଡିସେମ୍ବରରୁ ଏହା ଲାଗୁ ହେବ। ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି। ଏହାକୁ ଡିସେମ୍ବର ୧ ତାରିଖଠାରୁ ଅର୍ଥାତ୍ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି ସରକାର।

Leave A Reply

Your email address will not be published.