ପ୍ରମୁଖ ଖବର

ପାଟଣାଗଡ଼ ପାର୍ସଲ ବୋମା ମାମଲା: ପୁଞ୍ଜିଲାଲ୍ ଦୋଷୀ, ମରିବା ଯାଏଁ ଜେଲ୍‌, ୧.୪ ଲକ୍ଷ ଟଙ୍କା ଜରିମାନା
ପୁରୀରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ; ବିକଶିତ କୃଷି ସଂକଳ୍ପ ଅଭିଯାନରେ ହେବେ ସାମିଲ
ଧାନର ଏମଏସ୍‌ପି ୬୯ ଟଙ୍କା ବଢ଼ାଇଲେ କେନ୍ଦ୍ର ସରକାର
ଓଡ଼ିଶାରୁ ଚିହ୍ନଟ ହେଲେ ଆଉ ୫ କରୋନା ଆକ୍ରାନ୍ତ: ୫ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ୱରର ଓ ଜଣେ ଖୋର୍ଦ୍ଧା ଅଞ୍ଚଳର, ସଂକ୍ରମିତ ୫ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା।
ପୁଣି ଜଣକୁ ଦଳିଦେଲା ଆମ ବସ୍‌: ଖଣ୍ଡଗିରିରେ ରାସ୍ତାରୋକ ଭାଙ୍ଗିଦେଲେ ୮ ବସ୍‌
କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବକୁ ମୋହର; ବେସାମରିକ ସେବାରେ ବୟସ ସୀମା ୪୨କୁ ବୃଦ୍ଧି
ପ୍ରବଳ ବର୍ଷା ନେଇ ଆଲର୍ଟ; ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ
ଆଜି ୪ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ: ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି

ପୁଅବୋହୂଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ବାପା

0

କଟକ: ପାରିବାରିକ କଳହର କରୁଣ ପରିଣତି। ପୁଅବୋହୂଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ବାପା। ପୁଅବୋହୂଙ୍କୁ ନିଆଁ ଲଗାଇ ପୋଡ଼ି ମାରି ଦେବାକୁ ଚେଷ୍ଟା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁତର ଅବସ୍ଥାରେ ପୁଅବୋହୂଙ୍କୁ ଉଦ୍ଧାର କରାଯାଇ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂଙ୍କର ମୃତ୍ୟୁ ଘଟିଛି ଏବଂ ପୁଅର ଅବସ୍ଥା ଗୁରୁତର ଥିବାବେଳେ ଆୟୁସିୟୁରେ ଚିକିତ୍ସା ଜାରି ରହିଛି।

ସୂଚନାନୁଯାୟୀ, କୌଣସି କାରଣକୁ ନେଇ ଗ୍ରାମର ଦୀନବନ୍ଧୁ ରାଉତଙ୍କ ବାପା ଗୋବର୍ଦ୍ଧନ ରାଉତଙ୍କ ସହ ପାରିବାରିକ କଳହ ଲାଗି ରହିଥିଲା। ହେଲେ ଗୋବର୍ଦ୍ଧନ ପୁଅବୋହୂ ଘରେ ଖାଉଥିବା ବେଳେ ସୁଚିନ୍ତିତ ଯୋଜନା କରି ପେଟ୍ରୋଲ ଢ଼ାଳି ନିଆଁ ଲଗାଇଥିଲେ। ନିଆଁ ଜଳୁଥିବା ବେଳେ ସେ ପଲିଥିନରେ ରଖିଥିବା ଅଧିକ ପେଟ୍ରୋଲ ପକାଇ ଦେଇଥିଲେ। କେବଳ ସେତିକି ନୁହେଁ ସେ କବାଟ ବନ୍ଦ କରି କେଉଁଆଡେ ଚାଲିଯାଇଥିଲେ। ପରେ ଗାଁ ଲୋକେ ଏବଂ ପଡୋଶୀ ଚିତ୍କାର ଶୁଣି କବାଟ ଭାଙ୍ଗି ଦୁଇଜଣ ହୁତୁହୁତୁ ହୋଇ ଜଳୁଥିବା ଦେଖିଥିଲେ। ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଏହି ସମୟରେ ଜଣେ ଆହତ ହୋଇଛନ୍ତି। ଘଟଣା ନେଇ ପୋଲିସକୁ ଖବର ଦିଆଯିବା ପରେ ଅଭିଯୁକ୍ତ ବାପାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। କେଉଁ କାରଣରୁ ନିଜ ଜନ୍ମକଲା ବାପା ଏଭଳି କାଣ୍ଡ ଭିଆଇଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗୋବର୍ଦ୍ଧନଙ୍କ ପୁଅ ଦୀନବନ୍ଧୁ ରାଉତଙ୍କ ଶରୀରର ୫୦%ରୁ ଅଧିକ ପୋଡ଼ି ଯାଇଥିବା ବେଳେ ବୋହୂଙ୍କ ଶରୀରର ପ୍ରାୟ ୭୦%ରୁ ଅଧିକ ପୋଡ଼ି ଯାଇଥିଲା। ଉଭୟଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ଦୀନବନ୍ଧୁଙ୍କ ପତ୍ନୀ ଆଖି ବୁଜି ଦେଇଛନ୍ତି। ଦୀନବନ୍ଧୁଙ୍କ ଅବସ୍ଥା ବି ସଙ୍କଟାପନ୍ନ ରହିଛି। ତାଙ୍କୁ ଆଇସିୟୁରେ ରଖାଯାଇଛି।

ପରିବାର ଲୋକଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଭଡ଼ା ଘର ଟଙ୍କା ନେଣଦେଣକୁ ନେଇ କିଛି ଦିନ ହେବ ଗୋବର୍ଦ୍ଧନ ଓ ଦୀନବନ୍ଧୁଙ୍କ ମଧ୍ୟରେ ମତାନ୍ତର ଚାଲିଥିଲା। ଗୋବର୍ଦ୍ଧନ ପୁଅକୁ କିଛି ଟଙ୍କା ମାଗୁଥିବା ବେଳେ ସେ ପରେ ଦେବେ ବୋଲି କହିଥିଲେ। ସେହି କାରଣରୁ ଏହି ଘଟଣା ଘଟିଥାଇ ପରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.