ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ପଦଯାତ୍ରା ବେଳେ ଅରବିନ୍ଦ କେଜ୍ରିୱାଲଙ୍କୁ ଆକ୍ରମଣ

0

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରକୁ ଆକ୍ରମଣ। ପଦଯାତ୍ରା ବେଳେ ତରଳ ପଦାର୍ଥ ପକାଇଛି ଦୁର୍ବୃତ୍ତ। ଦିଲ୍ଲୀର ଗ୍ରେଟର କୈଳାଶ ଅଞ୍ଚଳରେ କେଜ୍ରିୱାଲ ପଦଯାତ୍ରା କରୁଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ତରଳ ପଦାର୍ଥ ଫିଙ୍ଗିଥିବା ଯୁବକକୁ ଧରି ପକାଇଥିଲେ ସୁରକ୍ଷାକର୍ମଚାରୀ। ଏହା ପ୍ରଥମ ନୁହେଁ ପୂର୍ବରୁ ବି ଆକ୍ରମଣର ଶିକାର ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ। ଏହାକୁ ନେଇ ବିଜେପିକୁ ଦୋଷ ଦେଇଛି ଆପ।
ଆଗକୁ ଦିଲ୍ଲୀରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଗ୍ରେଟର କୈଳାଶ ଅଞ୍ଚଳରେ ପଦଯାତ୍ରା କରୁଥିଲେ। କେଜ୍‌ରିଓ୍ବାଲ ଲୋକଙ୍କ ସହ ହାତ ମିଳାଇ ଆଗକୁ ଚାଲିଥିଲେ। ହେଲେ ଜଣେ ଯୁବକ ଭେଟିବାର ବାହାନା କରି ଆସି ତାଙ୍କ ଉପରକୁ ତରଳ ପଦାର୍ଥ ଫିଙ୍ଗିଥିଲେ। କେଜ୍‌ରିଓ୍ବାଲଙ୍କ ସହ ଚାଲୁଥିବା ସମର୍ଥକମାନେ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ପରେ ତାଙ୍କୁ ନିର୍ଧୁମ ଛେଚି ଥିଲେ। ପରେ କେଜ୍‌ରିଓ୍ବାଲ ନିଜେ ଅଭିଯୁକ୍ତଙ୍କୁ ଛଡ଼ାଇ ପୋଲିସର ଜିମା ଦେଇଥିଲେ। ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ନେଇ ପଚରାଉଚରା କରାଯାଉଛି।

ଆପ୍‌ କହିଛି ଯେ, ଦିଲ୍ଲୀରେ ଗୁଣ୍ଡାଙ୍କ ପ୍ରାର୍ଦୁଭାବ ବଢ଼ୁଛି। ଦେଶର ରାଜଧାନୀରେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ସୁରକ୍ଷିତ ନାହାନ୍ତି ତେବେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ। ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି, ‘ବିଜେପି ନେତା ସବୁ ରାଜ୍ୟରେ ରାଲି କରୁଛନ୍ତି ତାଙ୍କ ଉପରେ ଆକ୍ରମଣ ହେଉନାହିଁ। କିନ୍ତୁ ଆମ ନେତା କେଜ୍ରିୱାଲଙ୍କ ଉପରେ ଲଗାତାର ଆକ୍ରମଣ ହେଉଛି। ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ଧ୍ବଂସ ହେଲାଣି କେନ୍ଦ୍ର ସରକାର ଓ ଗୃହମନ୍ତ୍ରୀ କିଛି କରିପାରୁନାହାନ୍ତି।

Leave A Reply

Your email address will not be published.