ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ପଦଯାତ୍ରା ବେଳେ ଅରବିନ୍ଦ କେଜ୍ରିୱାଲଙ୍କୁ ଆକ୍ରମଣ

0

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରକୁ ଆକ୍ରମଣ। ପଦଯାତ୍ରା ବେଳେ ତରଳ ପଦାର୍ଥ ପକାଇଛି ଦୁର୍ବୃତ୍ତ। ଦିଲ୍ଲୀର ଗ୍ରେଟର କୈଳାଶ ଅଞ୍ଚଳରେ କେଜ୍ରିୱାଲ ପଦଯାତ୍ରା କରୁଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ତରଳ ପଦାର୍ଥ ଫିଙ୍ଗିଥିବା ଯୁବକକୁ ଧରି ପକାଇଥିଲେ ସୁରକ୍ଷାକର୍ମଚାରୀ। ଏହା ପ୍ରଥମ ନୁହେଁ ପୂର୍ବରୁ ବି ଆକ୍ରମଣର ଶିକାର ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ। ଏହାକୁ ନେଇ ବିଜେପିକୁ ଦୋଷ ଦେଇଛି ଆପ।
ଆଗକୁ ଦିଲ୍ଲୀରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଗ୍ରେଟର କୈଳାଶ ଅଞ୍ଚଳରେ ପଦଯାତ୍ରା କରୁଥିଲେ। କେଜ୍‌ରିଓ୍ବାଲ ଲୋକଙ୍କ ସହ ହାତ ମିଳାଇ ଆଗକୁ ଚାଲିଥିଲେ। ହେଲେ ଜଣେ ଯୁବକ ଭେଟିବାର ବାହାନା କରି ଆସି ତାଙ୍କ ଉପରକୁ ତରଳ ପଦାର୍ଥ ଫିଙ୍ଗିଥିଲେ। କେଜ୍‌ରିଓ୍ବାଲଙ୍କ ସହ ଚାଲୁଥିବା ସମର୍ଥକମାନେ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ପରେ ତାଙ୍କୁ ନିର୍ଧୁମ ଛେଚି ଥିଲେ। ପରେ କେଜ୍‌ରିଓ୍ବାଲ ନିଜେ ଅଭିଯୁକ୍ତଙ୍କୁ ଛଡ଼ାଇ ପୋଲିସର ଜିମା ଦେଇଥିଲେ। ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ନେଇ ପଚରାଉଚରା କରାଯାଉଛି।

ଆପ୍‌ କହିଛି ଯେ, ଦିଲ୍ଲୀରେ ଗୁଣ୍ଡାଙ୍କ ପ୍ରାର୍ଦୁଭାବ ବଢ଼ୁଛି। ଦେଶର ରାଜଧାନୀରେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ସୁରକ୍ଷିତ ନାହାନ୍ତି ତେବେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ। ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି, ‘ବିଜେପି ନେତା ସବୁ ରାଜ୍ୟରେ ରାଲି କରୁଛନ୍ତି ତାଙ୍କ ଉପରେ ଆକ୍ରମଣ ହେଉନାହିଁ। କିନ୍ତୁ ଆମ ନେତା କେଜ୍ରିୱାଲଙ୍କ ଉପରେ ଲଗାତାର ଆକ୍ରମଣ ହେଉଛି। ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ଧ୍ବଂସ ହେଲାଣି କେନ୍ଦ୍ର ସରକାର ଓ ଗୃହମନ୍ତ୍ରୀ କିଛି କରିପାରୁନାହାନ୍ତି।

Leave A Reply

Your email address will not be published.