ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ବିଜେଡିରୁ ଇସ୍ତଫା ଦେଇ ଭାଜପାରେ ମିଶିଲେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ

0

ବଡ଼ମ୍ବା: ସକାଳେ ବିଜେଡିରୁ ଇସ୍ତଫା ଦେଉଦେଉ ମଧ୍ୟାହ୍ନରେ ଭାଜପାରେ ମିଶିଲେ ରଘୁପତି। ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ଆଜି ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି । ବଡ଼ମ୍ବା ବିଧାୟକଙ୍କ ନେତୃତ୍ୱରେ ଭାଜପାରେ ସାମିଲ ହୋଇଛନ୍ତି। ମନମୋହନ ସାମଲଙ୍କ ଉପସ୍ଥିତିରେ ଭାଜପା ପାର୍ଟି ଅଫିସରରେ ସାମିଲ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ସେ ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ବିଜେଡିରୁ ଇସ୍ତଫା ଦେଇଥିବାବେଳେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି।

ଏଥିରେ ସେ ଲେଖିଛନ୍ତି, ଗତ ବହୁ ବର୍ଷ ଧରି ଜଣେ ସଭ୍ୟ ଭାବରେ ମୋ’ ଅଞ୍ଚଳର ଉନ୍ନତି ପାଇଁ ସମସ୍ତ ପ୍ରୟାସ କରିଅଛନ୍ତି। ଦଳ ଦେଇଥିବା ସମସ୍ତ ଦାୟିତ୍ୱ ଅତ୍ୟନ୍ତ ନିଷ୍ଠା, ପରିଶ୍ରମ ଏବଂ ସ୍ଥିରତାର ସହିତ ତୁଲାଇଛି। ବିଭିନ୍ନ ରାଜନୈତିକ ଏବଂ ସାଂଗଠନିକ କାର୍ଯ୍ୟ ବୃଦ୍ଧି କରିବାରେ ଦଳରେ ମୋ’ ସେବାର ଆବଶ୍ୟକତା ନ ଥିବା ଉପଲବ୍ଧି କଲି। ଯେଉଁଥିପାଇଁ ମୁଁ ଦଳ ଛାଡୁଛି। ତେଣୁ ଆଗକୁ ବଢ଼ିବା ପାଇଁ ସ୍ଥିର କଲି। ଲୋକଙ୍କର ସେବା ଏବଂ ମୋ ଅଞ୍ଚଳର ବିକାଶରେ ନିଜର କାର୍ଯ୍ୟକୁ ବଜାୟ ରଖିବି। ମୋର ଇସ୍ତଫାପତ୍ରକୁ ଦଳ ଗ୍ରହଣ କରିନେବାକୁ ଅନୁରୋଧ କରୁଛି ବୋଲି ସେ ଲେଖିଛନ୍ତି। ଏହା ପରେ ଆଉ କିଛି ନେତା ମଧ୍ୟ ଦଳ ଛାଡ଼ିବେ ବୋଲି ରାଜନୈତିକ ମହଲରେ ଖୁବ୍‌ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.