ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ମିଳିବ ମୋବାଇଲ ଓ ଇଣ୍ଟରନେଟ

0

ଭୁବନେଶ୍ବର: ୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ମିଳିବ ମୋବାଇଲ ଓ ଇଣ୍ଟରନେଟ ସେବା। ଏଥିପାଇଁ ଟାସ୍କଫୋର୍ସ ଗଠନ ହୋଇଛି। ଖୁବଶୀଘ୍ର ଟାସ୍କ ଫୋର୍ସ ତାର କାମ ଆରମ୍ଭ କରିବା ନେଇ ଗୃହରେ ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଏନେଇ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ୪୭ ହଜାର ୯୦୨ ଟି ମୋବାଇଲ ଟାୱାର ଅଛି। ସେଥିରୁ ୧୨ ହଜାର ୬୦୨ଟି ଫାଇଭ୍-ଜି ଟାୱାର ରହିଛି। ଅଧିକ ଫାଇଭଜି ଟାୱାର ଅପଗ୍ରେଡ଼ କରାଯାଉଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ଯେଉଁ ଯେଉଁ ଗାଁରେ ଇଣ୍ଟରନେଟ ସେବା ଉପଲବ୍ଧ ହୋଇନାହିଁ, ସେ ସବୁ ଗାଁକୁ ଇଣ୍ଟରନେଟ ସେବା ପହଞ୍ଚାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଇଣ୍ଟେରନେଟ ସମସ୍ୟା ଦୂର କରିବାକୁ ଜିଲ୍ଲା ଏଡିଏମଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ ହୋଇଛି। ଟାୱାର ବସାଇବାକୁ ଜମି ଅଧିଗ୍ରହଣ ନେଇ ଏହି ଟାସ୍କ ଫୋର୍ସ କାମ କରିବ ବୋଲି ଉତ୍ତର ରଖିଛନ୍ତି ମନ୍ତ୍ରୀ।

ଏଥିସହିତ ପାହାଡ଼ିଆ ଅଞ୍ଚଳରେ ଟାୱାର ସଂଯୋଗୀକରଣ ହୋଇପାରିନାହିଁ। ମୋହନ ସରକାର ଆସିବା ପରେ ଏନେଇ ପଦକ୍ଷେପମାନ ନିଆଯାଉଛି। ଖୁବଶୀଘ୍ର ମୋବାଇଲ ଓ ଇଣ୍ଟରନେଟ୍ ସେବା ମିଳିବ ବୋଲି ଗୃହରେ ମନ୍ତବ୍ୟ ରଖିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ।

Leave A Reply

Your email address will not be published.