ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ବିଜେଡିରୁ ଇସ୍ତଫା ଦେଇ ଭାଜପାରେ ମିଶିଲେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ

0

ବଡ଼ମ୍ବା: ସକାଳେ ବିଜେଡିରୁ ଇସ୍ତଫା ଦେଉଦେଉ ମଧ୍ୟାହ୍ନରେ ଭାଜପାରେ ମିଶିଲେ ରଘୁପତି। ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ଆଜି ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି । ବଡ଼ମ୍ବା ବିଧାୟକଙ୍କ ନେତୃତ୍ୱରେ ଭାଜପାରେ ସାମିଲ ହୋଇଛନ୍ତି। ମନମୋହନ ସାମଲଙ୍କ ଉପସ୍ଥିତିରେ ଭାଜପା ପାର୍ଟି ଅଫିସରରେ ସାମିଲ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ସେ ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ବିଜେଡିରୁ ଇସ୍ତଫା ଦେଇଥିବାବେଳେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି।

ଏଥିରେ ସେ ଲେଖିଛନ୍ତି, ଗତ ବହୁ ବର୍ଷ ଧରି ଜଣେ ସଭ୍ୟ ଭାବରେ ମୋ’ ଅଞ୍ଚଳର ଉନ୍ନତି ପାଇଁ ସମସ୍ତ ପ୍ରୟାସ କରିଅଛନ୍ତି। ଦଳ ଦେଇଥିବା ସମସ୍ତ ଦାୟିତ୍ୱ ଅତ୍ୟନ୍ତ ନିଷ୍ଠା, ପରିଶ୍ରମ ଏବଂ ସ୍ଥିରତାର ସହିତ ତୁଲାଇଛି। ବିଭିନ୍ନ ରାଜନୈତିକ ଏବଂ ସାଂଗଠନିକ କାର୍ଯ୍ୟ ବୃଦ୍ଧି କରିବାରେ ଦଳରେ ମୋ’ ସେବାର ଆବଶ୍ୟକତା ନ ଥିବା ଉପଲବ୍ଧି କଲି। ଯେଉଁଥିପାଇଁ ମୁଁ ଦଳ ଛାଡୁଛି। ତେଣୁ ଆଗକୁ ବଢ଼ିବା ପାଇଁ ସ୍ଥିର କଲି। ଲୋକଙ୍କର ସେବା ଏବଂ ମୋ ଅଞ୍ଚଳର ବିକାଶରେ ନିଜର କାର୍ଯ୍ୟକୁ ବଜାୟ ରଖିବି। ମୋର ଇସ୍ତଫାପତ୍ରକୁ ଦଳ ଗ୍ରହଣ କରିନେବାକୁ ଅନୁରୋଧ କରୁଛି ବୋଲି ସେ ଲେଖିଛନ୍ତି। ଏହା ପରେ ଆଉ କିଛି ନେତା ମଧ୍ୟ ଦଳ ଛାଡ଼ିବେ ବୋଲି ରାଜନୈତିକ ମହଲରେ ଖୁବ୍‌ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.