ରାଉରକେଲା: ରାଉରକେଲା ଜିଆରପିକୁ ମିଳିଲା ବଡ ସଫଳତା। ରାଉରକେଲା ରେଳ ଷ୍ଟେସନରୁ ୬୦ କେଜି ରୁପା ଅଳଙ୍କାର ଜବତ କଲା ଜିଆରପି। ରୁପା ଅଳଙ୍କାର ଜବତ ସହ ଜଣଙ୍କୁ ଅଟକ ରଖିଛି ଜିଆରପି। ଅଟକ ବ୍ୟକ୍ତି ଜଣଙ୍କ ହେଲେ ଚନ୍ଦନ କୁମାର। ବିନା ଜିଏସଟିରେ ରୁପା ଅଳଙ୍କାର ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ଚନ୍ଦନ କୁମାରଙ୍କ ଉପରେ ସନ୍ଦେହ ହୋଇଥିଲା। ରାଉରକେଲା ରେଳ ଷ୍ଟେସନରୁ ରାଞ୍ଚି ନେଇଯାଉଥିବା ବେଳେ ରୁପା ଅଳଙ୍କାର ସବୁକୁ ଜବତ କରିଛି ଜିଆରପି। ଘଟଣା ସମ୍ପର୍କରେ ଜିଏସ୍ଟି ବିଭାଗକୁ ଅବଗତ କରିଛି ଜିଆରପି।
ସୂଚନା ଅନୁସାରେ, ୬୦ କେଜି ରୁପା ଅଳଙ୍କାର ନେଇ ରାଞ୍ଚି ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ରାଉରକେଲା ରେଳ ଷ୍ଟେସନ ନିକଟରେ ଜଣେ ବ୍ୟକ୍ତିଙ୍କୁ ଧରିଥିଲା ଜିଆରପି। ଉକ୍ତ ବ୍ୟକ୍ତିଙ୍କର ବ୍ୟାଗ ଯାଞ୍ଚ କରିବାରୁ ସେଥିରୁ ୫୧ କେଜି ଅଳଙ୍କାର ଓ ୧୦ ଖଣ୍ଡ ଇଟା ଜବତ କରିଥିଲା ଜିଆରପି। ପରେ ଏନେଇ ଜିଏସ୍ଟି ବିଭାଗକୁ ଅବଗତ କରିଥିଲା ଜିଆରପି। ଜିଏସ୍ଟି କର୍ମଚାରୀ ଉକ୍ତ ବ୍ୟକ୍ତିକୁ ଅଟକ ରଖିବା ସହ ଜବତ ରୁପା ବିଷୟରେ ପଚରାଉଚରା କରୁଛନ୍ତି। ତେବେ ଏତେ ପରିମାଣର ରୁପା କାହିଁକି ଏବଂ କାହା ପାଖକୁ ନେଉଥିଲେ ସେନେଇ ଅଧିକ ତଦନ୍ତ କରୁଛି ଜିଏସଟି ବିଭାଗ।
ପ୍ରମୁଖ ଖବର
କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର