ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ଜୀବନ ନେଲା ଅନ୍‌ଲାଇନ୍ ଗେମ୍

0

ଭୁବନେଶ୍ବର: ଅନ୍‌ଲାଇନ୍ ଗେମ୍ ହେଲା କାଳ, ଆତ୍ମହତ୍ୟା କଲେ ଯୁବକ। ଅନ୍‌ଲାଇନ୍‌ ଗେମ୍‌ ଖେଳି ଋଣଭାରରେ ବୁଡି ଜୀବନ ହାରିଛନ୍ତି ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ରାଜଧାନୀର ଲିଙ୍ଗରାଜ ଥାନା ଅନ୍ତର୍ଗତ ତିନିମୁଣ୍ଡିଆ ଛକ ଅଞ୍ଚଳରେ ଘଟଣା ଘଟିଛି। ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବକ।

ମୃତ ଯୁବକ ହେଉଛନ୍ତି ଶଶିକାନ୍ତ ମହାପାତ୍ର (୨୨) । ଯୁବକ ଜଣକ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.