ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହତ୍ୟା କରିବା ନେଇ ମୁମ୍ବାଇ ପୋଲିସକୁ ଏକ ଧମକ ହସ୍ତଗତ ହୋଇଛି। ଘଟଣା ସମ୍ପର୍କରେ ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ମୁମ୍ବାଇ ଟ୍ରାଫିକ୍ ପୋଲିସର ହେଲ୍ପଲାଇନ ନମ୍ବରକୁ ହ୍ବାଟ୍ସଆପ୍ ଯୋଗେ ଏହି ଧମକଭରା ମେସେଜ୍ ଆସିଛି।
ତେବେ ଏହି ଧମକ ଯେଉଁ ନମ୍ବରରୁ ଆସିଛି, ତାହାର ଠିକଣା ରାଜସ୍ଥାନର ଅଜ୍ମେରରୁ ହୋଇଥିବା ସେ କହିଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ମୁମ୍ବାଇ ପୋଲିସର ଏକ ଟିମ୍ ଅଜମେର ଗସ୍ତ କରିଛି। ଏହି ଧମକ ଅନୁଯାୟୀ, ୨ ଜଣ ଆଇଏସ୍ଆଇ ଏଜେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରିବା ପାଇଁ ଷଡ଼ଯନ୍ତ୍ର ରଚୁଛନ୍ତି। ତେବେ ଉକ୍ତ ଧମକଭରା ବାର୍ତ୍ତା ପଠାଇଥିବା ବ୍ୟକ୍ତି ଜଣକ ମାନସିକ ସ୍ତରରେ ସୁସ୍ଥ ନ ଥିବା କିମ୍ବା ମଦ ନିଶାରେ ଏପରି କରିଥିବା ନେଇ ପୋଲିସ ସନ୍ଦେହ କରୁଛି। ଘଟଣାକୁ ନେଇ ମୁମ୍ବାଇ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରିଛି। ପ୍ରକାଶ ଯେ, ଗତ କିଛିଦିନ ମଧ୍ୟରେ ମୁମ୍ବାଇ ଟ୍ରାଫିକ୍ ପୋଲିସର ହେଲପ୍ଲାଇନ ନମ୍ବରକୁ ଅନେକ ହତ୍ୟା ଧମକ ହସ୍ତଗତ ହୋଇଛି, ଯାହା ପରେ ଗୁଜବ ପ୍ରମାଣିତ ହୋଇଛି। ପ୍ରାୟ ୧୦ ଦିନ ତଳେ ଅନୁରୂପ ଭାବେ ଅଭିନେତା ସଲମାନ ଖାନ୍ଙ୍କୁ ହତ୍ୟା ନେଇ ଧମକ ଆସିଥିଲା।
ପ୍ରମୁଖ ଖବର
ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍ପିଜି ଟ୍ୟାଙ୍କର୍