ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହତ୍ୟା କରିବା ନେଇ ମୁମ୍ବାଇ ପୋଲିସକୁ ଏକ ଧମକ ହସ୍ତଗତ ହୋଇଛି। ଘଟଣା ସମ୍ପର୍କରେ ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ମୁମ୍ବାଇ ଟ୍ରାଫିକ୍ ପୋଲିସର ହେଲ୍ପଲାଇନ ନମ୍ବରକୁ ହ୍ବାଟ୍ସଆପ୍ ଯୋଗେ ଏହି ଧମକଭରା ମେସେଜ୍ ଆସିଛି।
ତେବେ ଏହି ଧମକ ଯେଉଁ ନମ୍ବରରୁ ଆସିଛି, ତାହାର ଠିକଣା ରାଜସ୍ଥାନର ଅଜ୍ମେରରୁ ହୋଇଥିବା ସେ କହିଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ମୁମ୍ବାଇ ପୋଲିସର ଏକ ଟିମ୍ ଅଜମେର ଗସ୍ତ କରିଛି। ଏହି ଧମକ ଅନୁଯାୟୀ, ୨ ଜଣ ଆଇଏସ୍ଆଇ ଏଜେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରିବା ପାଇଁ ଷଡ଼ଯନ୍ତ୍ର ରଚୁଛନ୍ତି। ତେବେ ଉକ୍ତ ଧମକଭରା ବାର୍ତ୍ତା ପଠାଇଥିବା ବ୍ୟକ୍ତି ଜଣକ ମାନସିକ ସ୍ତରରେ ସୁସ୍ଥ ନ ଥିବା କିମ୍ବା ମଦ ନିଶାରେ ଏପରି କରିଥିବା ନେଇ ପୋଲିସ ସନ୍ଦେହ କରୁଛି। ଘଟଣାକୁ ନେଇ ମୁମ୍ବାଇ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରିଛି। ପ୍ରକାଶ ଯେ, ଗତ କିଛିଦିନ ମଧ୍ୟରେ ମୁମ୍ବାଇ ଟ୍ରାଫିକ୍ ପୋଲିସର ହେଲପ୍ଲାଇନ ନମ୍ବରକୁ ଅନେକ ହତ୍ୟା ଧମକ ହସ୍ତଗତ ହୋଇଛି, ଯାହା ପରେ ଗୁଜବ ପ୍ରମାଣିତ ହୋଇଛି। ପ୍ରାୟ ୧୦ ଦିନ ତଳେ ଅନୁରୂପ ଭାବେ ଅଭିନେତା ସଲମାନ ଖାନ୍ଙ୍କୁ ହତ୍ୟା ନେଇ ଧମକ ଆସିଥିଲା।
ପ୍ରମୁଖ ଖବର
ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍ବିଆଇର ତଥ୍ୟ ଲିକ୍: ଡାର୍କ ୱେବ୍ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ