ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ସୂର୍ଯ୍ୟମନ୍ଦିରର ଗର୍ଭ ଗୃହରୁ କଢ଼ାଯିବ ବାଲି

0

ଭୁବନେଶ୍ବର: ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢ଼ାଯିବ ୧୨୧ ବର୍ଷର ବାଲି । ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ସରିଥିବା ବେଳେ ଏହାର ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଆସିଛନ୍ତି ଏଏସ୍‌ଆଇ କୋର କମିଟି। ଚତୁର୍ଥ ପର୍ଯ୍ୟାୟ ପାଇଁ ଏଏସଆଇ ଓ ବିଡିଆର ୧୫ ଜଣିଆ ଟିମର ଆଲୋଚନା ପରେ ନିଷ୍ପତ୍ତି। ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭ ଗୃହରୁ ବାଲି କଢ଼ାଯିବା ନେଇ ଆଜି ଚତୁର୍ଥ ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ ପାଇଁ ଏଏସଆଇ ପକ୍ଷରୁ ଆଲୋଚନା ହୋଇଛି। ଦୀର୍ଘ ୬ ଘଣ୍ଟା ଧରି କମିଟିର ସଦସ୍ୟମାନେ ସୂର୍ଯ୍ୟମନ୍ଦିର ସ୍ଥିତି ଯାଞ୍ଚ କରିଥିଲେ।

୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିରର ସୁରକ୍ଷାକୁ ନେଇ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ଵାରକୁ ବନ୍ଦ କରା ଯାଇଥିଲା। ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ାଯିବ ନିଷ୍ପତ୍ତି ପରେ ଗତ ବର୍ଷ ସେପ୍ଟେମ୍ବର ମାସ ୨୦୨୨ ମସିହାରୁ ଏଏସଆଇ ଓ ବିଡିଆର ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଲି କାଢ଼ିବା ପ୍ରକ୍ରିୟା ପାଇଁ ଉତ୍ତର ଓ ପଶ୍ଚିମ କୋଣରେ ଲୁହା ବିମ କାମ ଶେଷ ହୋଇଛି। ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିବା ପାଇଁ ଦୁଇବର୍ଷ ହେଲା ଆରମ୍ଭ ହୋଇଥିବା ପ୍ରକ୍ରିୟା ବିଳମ୍ବ ହେଉଥିବା ବେଳେ ଆଜି ଏଏସ୍‌ଆଇ ଅତିରିକ୍ତ ମହାନିର୍ଦ୍ଦେଶକ ଜାନଭିଜି ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ କୋର କମିଟି ଓ ଏକ ବୈଷୟିକ ଟିମ୍‌ ସୂର୍ଯ୍ୟମନ୍ଦିର ସଂରକ୍ଷଣ ଏବଂ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲିକଢ଼ା ପାଇଁ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି।

ଲିଫ୍ଟ ପାଇଁ ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ପାଇଁ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡା ଦେଇ ଗର୍ଭଗୃହରେ ରହିଥିବା ବାଲିକୁ କଢ଼ାଯିବ । ଏଥିପାଇଁ ଆଜି ଯାଞ୍ଚ କରାଯାଇଛି। ବାଲି କାଢ଼ିବା ପାଇଁ ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଥିବା ବେଳେ, ଏଯାଏଁ ୨ ବର୍ଷ ବିତିଗଲାଣି। ବାଲି କାଢ଼ିବା ସମୟରେ ସୂର୍ଯ୍ୟ ମନ୍ଦିରର କୀର୍ତ୍ତୀ ରାଜି ପ୍ରତି କିଭଳି ଧ୍ୟାନ ଦିଆଯିବ ସେଥିପାଇଁ ଆଜି ୧୫ ଜଣିଆ ଟିମ ସ୍ଥିତି ପରଖିବା ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି।

Leave A Reply

Your email address will not be published.