ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ହେଲେ ରାହୁଲ ନର୍ଭେକର

0

ମହାରାଷ୍ଟ୍ର: ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ହେଲେ ରାହୁଲ ନର୍ଭେକର। ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ଭାବରେ ରାହୁଲ ନର୍ଭେକର ନିର୍ବାଚିତ ହୋଇଛନ୍ତି। କୋଲାବାର ୪୭ ବର୍ଷୀୟ ବିଧାୟକ ଏକନାଥ ସିନ୍ଦେ ସରକାରଙ୍କ ଅଧୀନରେ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ। ତେବେ ଏହି ନିଷ୍ପତ୍ତି ପ୍ରୋଟେମ୍ ସ୍ପିକର କାଲିଦାସ କୋଲାମ୍ବକର ନେଇଛନ୍ତି। ବାସ୍ତବରେ କେବଳ ରାହୁଲ ନର୍ଭେକର ହିଁ ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଅନ୍ୟ କେହି ଏଥିପାଇଁ ନାମାଙ୍କନପତ୍ର ଦାଖଲ କରି ନଥିଲେ। ଏହି କାରଣରୁ ରାହୁଲଙ୍କୁ ନିର୍ଦ୍ୱନ୍ଦରେ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କ ସହ ନାର୍ଭେକର ରବିବାର ବିଧାନସଭା ସଚିବ ଜିତେନ୍ଦ୍ର ଭୋଲେଙ୍କ ଠାରେ ନାମାଙ୍କନ ଦାଖଲ କରିଥିଲେ। ତେବେ ମହାବିକାଶ ଅଘାଡି ମେଣ୍ଟ ତରଫରୁ କୌଣସି ବି ବିଧାୟକ ବାଚସ୍ପତି ପଦ ପାଇଁ ନାମାଙ୍କନ ଭରି ନଥିଲେ। ଯେଉଁ ଦଳ ପାଖରେ ସଂଖ୍ୟା ଗରିଷ୍ଠତା ଅଧିକ ଥାଏ ସେହି ଦଳରୁ ସର୍ବଦା ବାଚସ୍ପିତ ଚୟନ କରାଯାଏ। ମହାରାଷ୍ଟ୍ର ବିଧାନସଭା ୨୦୨୪ ନିର୍ବାଚନରେ ମହାୟୁତି ମେଣ୍ଟ ପ୍ରଚଣ୍ଡ ବହୁମତ ହାସଲ କରିଛି। ମହାରାଷ୍ଟ୍ରରେ ମହାୟୁତିର ସରକାର ଗଠନ ହୋଇଛି। ଏହି କାରଣରୁ ଏହି ମିଳିତ ମେଣ୍ଟର ନେତାଙ୍କୁ ବାଚସ୍ପତି ଭାବରେ ମନୋନୀତ କରାଯାଇଛି।

ଅଢ଼େଇ ବର୍ଷ ଧରି ମହାରାଷ୍ଟ୍ରର ୧୪ ତମ ବିଧାନସଭାରେ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇ ଥିବା ନର୍ଭେକର ମୁମ୍ବାଇର କୋଲାବା ବିଧାନସଭା ଆସନରୁ ପୁନଃ ନିର୍ବାଚିତ ହୋଇଛନ୍ତି। ରାହୁଲ ନର୍ଭେକର ମହାରାଷ୍ଟ୍ରର କୋଲାବା ବିଧାନସଭା ଆସନରୁ ବିଧାୟକ ଅଛନ୍ତି। ଏହି ବିଧାନସଭା ନିର୍ବାଚନମଣ୍ଡଳୀ ମୁମ୍ବାଇର ଏକ ଅଂଶ। ରାହୁଲ ଏହା ପୂର୍ବରୁ ଶିବସେନାରେ ଥିଲେ, କିନ୍ତୁ ୨୦୧୪ ଲୋକସଭା ନିର୍ବାଚନରେ ତାଙ୍କୁ ଦଳ ​​ଟିକେଟ ଦେଇନଥିଲା। ଏହାପରେ ସେ ଏନସିପିରେ ଯୋଗ ଦେଇଥିଲେ। ତେବେ ତାଙ୍କୁ ଏନସିପି ଟିକେଟ୍‌ରେ ମାଭଲ ଆସନରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହାପରେ ବି ସେ ଦଳ ସହ ରହିଥିଲେ।

Leave A Reply

Your email address will not be published.