ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଓଡ଼ିଶାର ୨ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ୫୦୯ କୋଟି ମଞ୍ଜୁରୀ

0

ଭୁବନେଶ୍ବର: ରାଜ୍ୟରେ ରେଳ ଭିତ୍ତିଭୂମି ସୁଦୃଢ କରିବାକୁ ୫୦୯ କୋଟି ମଞ୍ଜୁରୀ କରିଛି ମନ୍ତ୍ରଣାଳୟ। କଟକ ଓ ରାୟଗଡ଼ାରେ ଫ୍ଲାଏଓଭର ପାଇଁ ମନ୍ତ୍ରାଳୟ ପକ୍ଷରୁ ଏହି ଅର୍ଥ ମଞ୍ଜୁର କରାଯାଇଛି। ରାଜଆଠଗଡ଼-ରାଧାକିଶୋରପୁର ଓ ମାଛପୁର ମଧ୍ୟରେ ହେବ ଫ୍ଲାଏଓଭର ଏବଂ ରାୟଗଡ଼ାର ସିଙ୍ଗାପୁର ରୋଡ୍ ଷ୍ଟେସନରେ ହେବ ଫ୍ଲାଏଓଭର।

ରେଳବାଇ ଏହାର ବ୍ୟାପକ ଶକ୍ତି, ମିନେରାଲ୍ ଆଣ୍ଡ ସିମେଣ୍ଟ କରିଡର ଯୋଜନାର ଏକ ଅଂଶ ଭାବରେ ଦୁଇଟି ଫ୍ଲାଏଓଭର ନିର୍ମାଣ ପାଇଁ ଏହି ମଞ୍ଜୁର କରିଛି, ଯାହା ରେଳ ଚଳାଚଳର ଉନ୍ନତି ତଥା ପ୍ରମୁଖ ରେଳ ଲାଇନଗୁଡିକରେ ଯାତାୟାତରେ ଅସୁବିଧା ଦୂର କରିବାକୁ ଲକ୍ଷ୍ୟ ରଖିଛି।
ନିକଟରେ ଓଡ଼ିଶା ଗସ୍ତ ସମୟରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଦୁଇଟି ରେଳ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଅନୁମୋଦନ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ଏହି ପ୍ରକଳ୍ପରେ କଟକ ଜିଲ୍ଲାର ରାଜଆଠଗଡ଼, ରାଧାକିଶୋରପୁର ଏବଂ ମାଛପୁର ରେଳ ଷ୍ଟେସନକୁ ସଂଯୋଗ କରୁଥିବା ୧୦.୮୯ କିଲୋମିଟର ରେଳ ଫ୍ଲାଏ ଓଭର ନିର୍ମାଣ ଅନ୍ତର୍ଭୁକ୍ତ । ଏହି ଭିତ୍ତିଭୂମି କ୍ରସ୍ ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂରକାରୀ ଏକକାଳୀନ ଟ୍ରେନ୍ ଚଳାଚଳକୁ ସୁଗମ କରି କାର୍ଯ୍ୟକ୍ଷମ ସହ କ୍ଷମତା ବୃଦ୍ଧି କରିବ । ଏହି ପ୍ରକଳ୍ପ ପାଇଁ ମୋଟ ମୂଲ୍ୟ ୨୬୮.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ।
ସେହିପରି, ରାୟଗଡା ଜିଲ୍ଲାର ସିଙ୍ଗାପୁର ରୋଡ ଷ୍ଟେସନରେ ୫.୫୦ କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏ ଓଭର ନିର୍ମାଣ ହେବ, ଯାହା ରାୟପୁର-ବିଜୟନଗରମ ରେଳ ଲାଇନରେ ଟ୍ରାଫିକ ସମସ୍ୟାକୁ ଦୂର କରିବ। ଏହି ବିକାଶ ସିଙ୍ଗାପୁର ରୋଡ଼ ଷ୍ଟେସନ ସହ ପାର୍ଶ୍ଵବର୍ତ୍ତୀ ଷ୍ଟେସନରେ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦେବ, କ୍ରସ୍ ଟ୍ରାଫିକ୍ କାରଣରୁ ସୃଷ୍ଟି ହେଉଥିବା ବିଳମ୍ବକୁ ଏଡାଇବ । ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୨୩୯.୮୩ କୋଟି ଟଙ୍କା ଅଟେ ।

Leave A Reply

Your email address will not be published.