ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ସିବିଆଇ ଜେରା

0

ଭୁବନେଶ୍ବର; ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ସିବିଆଇ ଜେରା କରିଛି। ଆଇଏଏସ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ବାହାରିବା ଘଟଣାରେ ଆଜି ସିବିଆଇ ଜେରା କରିଛି। ସିବିଆଇ ଅଫିସରୁ ବାହାରି ଗଣମାଧ୍ୟମ ଆଗରେ ସବୁ ସତ ଓଗାଳିଛନ୍ତି ଡ୍ରାଇଭର ।

ଏନେଇ ଡ୍ରାଇଭର ନୃସିଂହ କହିଛନ୍ତି, ସାରଙ୍କ ବାବଦରେ ସିବିଆଇ ପଚାରିଲେ, ଡ୍ୟୁଟି ପରେ ସାର କେଉଁଆଡେ ଯାଆନ୍ତି, କାହା ସହ ମିଶନ୍ତି ଏସବୁ ପ୍ରଶ୍ନ କଲେ ବୋଲି ସେ କହିଛନ୍ତି। ଗତ ୭ ତାରିଖ ସନ୍ଧ୍ୟାରେ ବିଷ୍ଣୁପଦ କେଉଁଠାରେ ଥିଲେ ସେ ବାବଦରେ ମଧ୍ୟ ସବିଆଇ ପଚାରିଥିବା ବେଳେ ଯାହା ଜାଣିଥିଲି ତାହାର ଉତ୍ତର ରଖିଲି ବୋଲି କହିଛନ୍ତି ଡ୍ରାଇଭର। ଏତିସହିତ ତାଙ୍କର ଏ ଘଟଣାରେ କୌଣସି ସଂପୃକ୍ତି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତାଙ୍କ ସହ ଆଉ ୨ ଡ୍ରାଇଭରଙ୍କୁ ମଧ୍ୟ ସିବିଆଇ ଜେରା କରିଥିବା ନେଇ ସୂଚନା ଦେଇଛନ୍ତି।

ସୂଚନାଥାଉକି; ଟେଣ୍ଡର ଫିକ୍ସିଂରେ ବ୍ୟୁରୋକ୍ରାଟଙ୍କ ସମ୍ପୃକ୍ତି ସନ୍ଦେହ କରି ସିବିଆଇ ଖୋଳତାଳ କରୁଥିବା ବେଳେ ଏବେ ଏଥିରେ ସଂପୃକ୍ତି ନେଇ ଆଇଏଏସ ବିଷ୍ଣୁପଦ ସେଠୀ ଏବଂ ତାଙ୍କର ୩ ଡ୍ରାଇଭରଙ୍କୁ ସମନ ଜାରି କରାଯାଇଥିଲା। ବିଷ୍ଣୁପଦଙ୍କୁ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଗତ ୧୦ ତାରିଖରେ ସିବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ୧୧ ତାରିଖ ସକାଳ ୧୦ଟାରେ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା । ହେଲେ ସେ ଏବେ ପର୍ଯ୍ୟନ୍ତ ହାଜର ହୋଇନଥିବା ସୂଚନା ମିଳିଛି । ଏଥିସହିତ ଆଜି ତାଙ୍କର ୩ ଡ୍ରାଇଭରଙ୍କୁ ଜେରା କରିଛି ସିବିଆଇ । ପୂର୍ବରୁ ମର୍ସିଡିଜରୁ ଟଙ୍କା ଜବତ ଘଟଣାରେ ୩ ଅଭିଯୁକ୍ତଙ୍କ ବୟାନ ଆଧାରରେ ପ୍ରମୁଖ ସଚିବ ଆଇଏଏସ ବିଷ୍ଣୁପଦଙ୍କ ଡ୍ରାଇଭରକୁ ଘଟଣାରେ ସଂପୃକ୍ତି ନେଇ ସମନ ଜାରି କରାଯାଇଥିଲା । ଅନ୍ୟପକ୍ଷରେ ଏ ପୂରା ଘଟଣାରେ ଏ ପର୍ଯ୍ୟନ୍ତ ମୁହଁ ଖୋଲୁନାହାନ୍ତି ବିଷ୍ଣୁପଦ।

Leave A Reply

Your email address will not be published.