ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ସିବିଆଇ ଜେରା

0

ଭୁବନେଶ୍ବର; ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ସିବିଆଇ ଜେରା କରିଛି। ଆଇଏଏସ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ବାହାରିବା ଘଟଣାରେ ଆଜି ସିବିଆଇ ଜେରା କରିଛି। ସିବିଆଇ ଅଫିସରୁ ବାହାରି ଗଣମାଧ୍ୟମ ଆଗରେ ସବୁ ସତ ଓଗାଳିଛନ୍ତି ଡ୍ରାଇଭର ।

ଏନେଇ ଡ୍ରାଇଭର ନୃସିଂହ କହିଛନ୍ତି, ସାରଙ୍କ ବାବଦରେ ସିବିଆଇ ପଚାରିଲେ, ଡ୍ୟୁଟି ପରେ ସାର କେଉଁଆଡେ ଯାଆନ୍ତି, କାହା ସହ ମିଶନ୍ତି ଏସବୁ ପ୍ରଶ୍ନ କଲେ ବୋଲି ସେ କହିଛନ୍ତି। ଗତ ୭ ତାରିଖ ସନ୍ଧ୍ୟାରେ ବିଷ୍ଣୁପଦ କେଉଁଠାରେ ଥିଲେ ସେ ବାବଦରେ ମଧ୍ୟ ସବିଆଇ ପଚାରିଥିବା ବେଳେ ଯାହା ଜାଣିଥିଲି ତାହାର ଉତ୍ତର ରଖିଲି ବୋଲି କହିଛନ୍ତି ଡ୍ରାଇଭର। ଏତିସହିତ ତାଙ୍କର ଏ ଘଟଣାରେ କୌଣସି ସଂପୃକ୍ତି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତାଙ୍କ ସହ ଆଉ ୨ ଡ୍ରାଇଭରଙ୍କୁ ମଧ୍ୟ ସିବିଆଇ ଜେରା କରିଥିବା ନେଇ ସୂଚନା ଦେଇଛନ୍ତି।

ସୂଚନାଥାଉକି; ଟେଣ୍ଡର ଫିକ୍ସିଂରେ ବ୍ୟୁରୋକ୍ରାଟଙ୍କ ସମ୍ପୃକ୍ତି ସନ୍ଦେହ କରି ସିବିଆଇ ଖୋଳତାଳ କରୁଥିବା ବେଳେ ଏବେ ଏଥିରେ ସଂପୃକ୍ତି ନେଇ ଆଇଏଏସ ବିଷ୍ଣୁପଦ ସେଠୀ ଏବଂ ତାଙ୍କର ୩ ଡ୍ରାଇଭରଙ୍କୁ ସମନ ଜାରି କରାଯାଇଥିଲା। ବିଷ୍ଣୁପଦଙ୍କୁ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଗତ ୧୦ ତାରିଖରେ ସିବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ୧୧ ତାରିଖ ସକାଳ ୧୦ଟାରେ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା । ହେଲେ ସେ ଏବେ ପର୍ଯ୍ୟନ୍ତ ହାଜର ହୋଇନଥିବା ସୂଚନା ମିଳିଛି । ଏଥିସହିତ ଆଜି ତାଙ୍କର ୩ ଡ୍ରାଇଭରଙ୍କୁ ଜେରା କରିଛି ସିବିଆଇ । ପୂର୍ବରୁ ମର୍ସିଡିଜରୁ ଟଙ୍କା ଜବତ ଘଟଣାରେ ୩ ଅଭିଯୁକ୍ତଙ୍କ ବୟାନ ଆଧାରରେ ପ୍ରମୁଖ ସଚିବ ଆଇଏଏସ ବିଷ୍ଣୁପଦଙ୍କ ଡ୍ରାଇଭରକୁ ଘଟଣାରେ ସଂପୃକ୍ତି ନେଇ ସମନ ଜାରି କରାଯାଇଥିଲା । ଅନ୍ୟପକ୍ଷରେ ଏ ପୂରା ଘଟଣାରେ ଏ ପର୍ଯ୍ୟନ୍ତ ମୁହଁ ଖୋଲୁନାହାନ୍ତି ବିଷ୍ଣୁପଦ।

Leave A Reply

Your email address will not be published.