ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

୨.୫୭ କୋଟି ଟଙ୍କାର ଜାଲ୍ ନୋଟ୍ ଜବତ

0

ସୁରଟ: ଗୁଜରାଟର ସୁରଟରୁ ଜବତ ହୋଇଛି ୨.୫୭ କୋଟି ଟଙ୍କାର ଜାଲ୍ ନୋଟ୍। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ବ୍ୟାଙ୍କ, ବଜାର ଓ ସାଧାରଣ ଲୋକଙ୍କୁ ଠକିବା ପାଇଁ ଅଭିଯୁକ୍ତମାନେ ପ୍ରସ୍ତୁତ କରିଥିଲେ ଏହି ନକଲି ନୋଟ୍।

ପୁଲିସ ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ୪ ଜଣ ଅଭିଯୁକ୍ତ ସୁରଟର ସାରୋଲି ଅଞ୍ଚଳରେ ୩ଟି ବ୍ୟାଗ୍ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ପୋଲିସ ଅଚାନକ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ହେଲେ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଅହଲ୍ୟାନଗରର ଦତ୍ତାତ୍ରେୟ ରୋକଡେ, ରାହୁଲ ବିଶ୍ୱକର୍ମା ଓ ରାହୁଲ କାଲେ ଏବଂ ଜଣେ ଅଭିଯୁକ୍ତ ହେଉଛନ୍ତି ସୁରଟର ଗୁଲସନ ଗୁଗାଲେ। ସେମାନଙ୍କ ବିରୋଧରେ ଆଇପିସି ଧାରା ୩୧୮(୨) (ଠକେଇ), ୬୧ (ଅପରାଧିକ ଷଡ଼ଯନ୍ତ୍ର) ଏବଂ ୬୨ (ଗମ୍ଭୀର ଅପରାଧ କରିବାକୁ ଚେଷ୍ଟା ପାଇଁ ଦଣ୍ଡ) ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ଜାଣିବାକୁ ମିଳିଛି।

ଅଭିଯୁକ୍ତମାନେ ୪୩ ବଣ୍ଡଲ ନକଲି ୫୦୦ ଟଙ୍କିଆ ନୋଟ୍ ଲୁଚାଇ ରଖିଥିଲେ। ପ୍ରତି ବଣ୍ଡଲରେ ୧୦୦୦ ନୋଟ୍ ଥିଲା। ଏହାର ଉପର ଓ ତଳଭାଗରେ ଥିବା ନୋଟ୍ ଗୁଡ଼ିକ ଅସଲି ଥିଲା । ଏସବୁ ସହ ପୋଲିସ ୧୦ ନକଲି ୨୦୦ ଟଙ୍କିଆ ନୋଟ୍ ଥିବା ୨୧ଟି ବଣ୍ଡଲ ମଧ୍ୟ ଜବତ କରିଛି। ଏହି ଜାଲ୍ ନୋଟ୍ ଗୁଡ଼ିକର କୌଣସି ସିରିଏଲ ନମ୍ବର କିମ୍ବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଷ୍ଟାମ୍ପ ମଧ୍ୟ ନଥିଲା। ଏହି ନୋଟ୍ ଗୁଡ଼ିକରେ ‘ଭାରତୀୟ ପିଲାଙ୍କ ଆକାଉଣ୍ଟ୍’ ଲେଖାଥିଲା, ଯାହା ନକଲି ବୋଲି ସ୍ପଷ୍ଟ ସୂଚନା ଦେଇଥିଲା।

Leave A Reply

Your email address will not be published.