ପ୍ରମୁଖ ଖବର

ମାର୍ଚ୍ଚରୁ ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା
ବଳଦେବଜୀଉଙ୍କ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର
ପଶ୍ଚିମବଙ୍ଗ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସିଏପିଏଫ୍‍ କର୍ମଚାରୀଙ୍କ ଯାନବାହାନରେ ଲାଗିବ ଜିପିଏସ୍‍
ଏନସିଇଆରଟିର ୮ମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ସୁପ୍ରିମକୋର୍ଟର ଅସନ୍ତୋଷ
ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ: ଶିଖର ଧାୱନଙ୍କୁ ୫.୨ କୋଟି ଟଙ୍କା ଫେରାଇବେ ପୂର୍ବତନ ପତ୍ନୀ
ଇସ୍ରାଏଲ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କୁବେର ଖଣି ଅଧିକାରୀ ଦେବବ୍ରତ ମହାନ୍ତି ଗିରଫ,ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

‘ପୁଷ୍ପା ୨’ ଦଳାଚକଟା ଘଟଣାରେ ମୃତ ମହିଳାଙ୍କ ପରିବାରକୁ ୨ କୋଟି ଦେବେ ଅଲ୍ଲୁ ଅର୍ଜୁନ

0

ହାଇଦ୍ରାବାଦ: ହାଇଦ୍ରାବାଦର ସନ୍ଧ୍ୟା ହଲ ନିକଟରେ ପୁଷ୍ପା-୨ ସ୍କ୍ରିନିଂ ବେଳେ ହୋଇଥିବା ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ୨ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବେ ଅଭିନେତା ଅଲ୍ଲୁ ଅର୍ଜୁନ ଏବଂ ଚଳଚ୍ଚିତ୍ରର ପ୍ରଡକ୍ସନ ଟିମ। ଅଲ୍ଲୁଙ୍କୁ ବାପା ଅଲ୍ଲୁ ଅରବିନ୍ଦ ବୁଧବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି।

ଗତ ଡିସେମ୍ବର ୪ ତାରିଖ ରାତିରେ ହାଇଦ୍ରାବାଦର ସନ୍ଧ୍ୟା ସିନେମା ହଲରେ ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରିମିୟର ଶୋ’ ଚାଲିଥିଲା। ଅଲ୍ଲୁ ଅର୍ଜନୁ ଏବଂ ତାଙ୍କ ପରିବାର ଲୋକେ ଏହି ଚଳଚ୍ଚିତ୍ର ଦେଖିବାକୁ ଆସିଥିଲେ। ଅଲ୍ଲୁ ହଲ ଭିତରେ ଥିବାବେଳେ ବାହାରେ ପ୍ରବଳ ଭିଡ଼ ଯୋଗୁ ଦଳାଚକଟା ଘଟିଥିଲା, ଯେଉଁଥିରେ ରେବତୀ ନାମ୍ନୀ ମହିଳା ପ୍ରାଣ ହରାଇଥିଲେ। ତାଙ୍କର ଗୋଟିଏ ପୁଅ ଗୁରୁତର ଆହତ ହୋଇ ଏବେ ଚିକିତ୍ସାଧୀନ ରହିଛି। ଆଇସିୟୁରେ ପିଲାଟିର ଚିକିତ୍ସା ଚାଲିଛି। ପୂର୍ବରୁ ଅଲ୍ଲୁ ମୃତା ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ। ବୁଧବାର ତାଙ୍କ ବାପା ଅଲ୍ଲୁ ଅରବିନ୍ଦ ହସ୍ପିଟାଲ ଯାଇ ପିଲାଟିକୁ ଭେଟିବା ସହିତ ତା’ର ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସେଠାରୁ ଆସିବା ପରେ ଅରବିନ୍ଦ କହିଥିଲେ ଯେ, ମୃତା ମହିଳାଙ୍କ ପୁଅର ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ପିଲାଟି ପାଇଁ ତାଙ୍କ ପୁଅ, ଚଳଚ୍ଚିତ୍ର ପ୍ରଯୋଜକ ଏବଂ ନିର୍ଦେଶକ ୨ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ।

ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ ଜଣେ ଫିଲ୍ମ ନିର୍ମାତା। ସେ କହିଛନ୍ତି, ଘୋଷଣା ହୋଇଥିବା ୨ କୋଟି ମଧ୍ୟରୁ ୧ କୋଟି ଟଙ୍କା ତାଙ୍କ ପୁଅ ଦେବେ। ବାକି ୧ କୋଟି ଟଙ୍କା ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକ ସୁକାର ପ୍ରଦାନ କରିବେ।ଘଟଣାରେ ଆହତ ହୋଇଥିବା ମହିଳାଙ୍କ ୮ ବର୍ଷର ପୁଅ ଶ୍ରୀ ତେଜଙ୍କ ଭିବଷ୍ୟତକୁ ସୁରକ୍ଷିତ କରିବା ପାଇଁ ଏପରି ଆର୍ଥିକ ସହାୟତା ଘୋଷଣା କରାଯାଇଥିବା ଅରବିନ୍ଦ କହିଛନ୍ତି। ସେ କହିଛନ୍ତି, “ହସ୍ପିଟାଲରୁ ବାହାରିବା ପରେ ପିଲାଟିର ପରିବାର ଓ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଆମେ ଭାବିଛୁ ଯେ ଆମେ ତାଙ୍କୁ ୨ କୋଟି ଟଙ୍କା ଦେବୁ। ତେଲଙ୍ଗାନା ଚଳଚ୍ଚିତ୍ର ବିକାଶ ନିଗମର ଅଧ୍ୟକ୍ଷ ଦିଲ ରାଜୁଙ୍କୁ ଏହି ଟଙ୍କା ହସ୍ତାନ୍ତର କରାଯିବ। ସେ ଏହାକୁ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଦେବେ। ପୀଡ଼ିତଙ୍କ ପରିବାର ଓ ଆମ ଭିତରେ ମଧ୍ୟସ୍ଥତା ସାଜିଥିବାରୁ ଆମେ ରାଜୁଙ୍କୁ ଧନ୍ୟବାଦ ଜଣାଉଛୁ।”

Leave A Reply

Your email address will not be published.