ପ୍ରମୁଖ ଖବର

୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

0

ସୁନ୍ଦରଗଡ଼: ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ। ସ୍କୁଟି ସହ ଯୁବକଙ୍କୁ ପୋଡ଼ି ହତ୍ୟା କଲେ ଦୁର୍ବୃତ୍ତ। ଏଭଳି ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସର୍ଗିପାଲି ନବୋଦୟ ସ୍କୁଲ ନିକଟରେ। ଏକ ବିଲରେ ସ୍କୁଟି ସହିତ ଜନୈକ ବ୍ୟକ୍ତଙ୍କ ପୋଡା କଙ୍କାଳ ପୋଲିସ ଉଦ୍ଧାର କରିଛି।

ଗୁରୁବାର ରାତିରେ ସ୍କୁଲ ପଛପଟୁ ଉକ୍ତ ପାଳଗଦା ଜଳୁଥିବା କେତେକ ଲୋକେ ଦେଖିଥିବା ବେଳେ ଶୁକ୍ରବାର ସେଠାରେ ଚାଷ କରୁଥିବା ଜଣେ ଚାଷୀ ବିଲକୁ ଯାଇଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଦେଖିବାକୁ ପାଇଥିଲେ ଓ ସେଠାରେ ଏକ ସ୍କୁଟି ପଡ଼ିଥିବାବେଳେ ତାହା ମଧ୍ୟ ପୋଡ଼ି ଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି। ଯୁବକଙ୍କୁ କେହି ହତ୍ୟା କରିବା ପରେ ପାଳଗଦାରେ ପକାଇ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଏ ନେଇ ପୋଲିସ ମାମଲା ରୁଜୁ କରି ଛାନଭିନ୍‌ ଚଳାଇଛି।

Leave A Reply

Your email address will not be published.