ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ପଞ୍ଚଭୂତରେ ବିଲୀନ ହେଲେ ମନମୋହନ ସିଂ

0

ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ ଅର୍ଥଶାସ୍ତ୍ରୀ, ଭାରତୀୟ ଅର୍ଥନୀତିର ଅନ୍ୟତମ ବିନ୍ଧାଣୀ ଡ. ମନମୋହନ ସିଂହଙ୍କ ପାର୍ଥିବ ଶରୀର। ନୂଆଦିଲ୍ଲୀର ନିଗମବୋଧ ଘାଟରେ ଏକ ଶୋକାକୂଳ ପରିବେଶରେ ଶନିବାର ମଧ୍ୟାହ୍ନରେ ରାଜକୀୟ ସମ୍ମାନ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ସହିତ ସେ ଚିରକାଳ ପାଇଁ ଇହ ଜଗତରୁ ବିଦାୟ ନେଇଛନ୍ତି। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ଏଥିରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ସାମିଲ ହୋଇଥିଲେ। ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ। କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀ, ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଭୁଟାନ ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚୁକ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପ୍ରମୁଖ ଉପସ୍ଥିତ ଥିଲେ। ତିନି ସେନା ସ୍ଥଳସେନା, ବାୟୁସେନା ଏବଂ ନୌସେନା ପକ୍ଷରୁ ପାର୍ଥିବ ଶରୀରକୁ ସଲାମୀ ଦିଆଯାଇଥିଲା। ଶେଷରେ ଚିତାରେ ମୁଖାଗ୍ନୀ ଦିଆଯାଇଥିଲା।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମୃତଦେହକୁ ଶେଷ ରୀତିନୀତି ପୂର୍ବରୁ ପ୍ରାୟ ଏକ ଘଣ୍ଟା ଧରି କଂଗ୍ରେସ ମୁଖ୍ୟାଳୟରେ ରଖାଯାଇଥିଲା। ଏଠାରେ କଂଗ୍ରେସ କର୍ମୀଙ୍କ ସହ ସାଧାରଣ ଜନତା ମଧ୍ୟ ତାଙ୍କର ଶେଷ ସମ୍ମାନ ଜଣାଇଥିଲେ। କିଛି ସମୟ ସେଠାରେ ରହିବା ପରେ ବିରାଟ ପଟୁଆରରେ ପାର୍ଥିବ ଶରୀରକୁ ନିଗମବୋଧ ଘାଟକୁ ନିଆଯାଇଥିଲା। ହଜାର ହଜାର କଂଗ୍ରେସ କର୍ମୀ, ଜନସାଧାରଣ, ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେନା ପକ୍ଷରୁ ସମ୍ମାନପୂର୍ବକ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନମୋହନ ସିଂହଙ୍କ ଶେଷକୃତ୍ୟ ହୋଇଛି।

Leave A Reply

Your email address will not be published.