ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ତିଆରି ହେବ ମନମୋହନଙ୍କ ସ୍ମାରକୀ

0

ଜାଗା ଯୋଗାଇ ଦେବାକୁ କେନ୍ଦ୍ର ରାଜି

ନୂଆଦିଲ୍ଲୀ: ଅନ୍ତିମ ବିଦାୟ ନେଇଛନ୍ତି ଅର୍ଥନୀତି ଚାଣକ୍ୟ ତଥା ଦେଶର ୧୩ ତମ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ନିଗମ ବୋଧ ଘାଟିରେ ମନମୋହନଙ୍କ ପାର୍ଥିବ ଶରୀରକୁ ଭାବପୂର୍ଣ୍ଣ ବିଦାୟ ଦେଇଛନ୍ତି ପରିବାର ଲୋକେ ଏବଂ ବହୁ ମାନ୍ୟଗଣ ବ୍ୟକ୍ତି। ପଞ୍ଚଭୂତରେ ଲୀନ ହୋଇଛି ଡ. ସିଂଙ୍କ ପାର୍ଥୀବ ଶରୀର।

ତେବେ ଏହାରି ଭିତରେ ଜଣେ ଶାନ୍ତ, ସୌମ୍ୟ, ସରଳ ଆଉ ଅମାୟିକ ବ୍ୟକ୍ତିତ୍ୱର ମଣିଷଟେ ପାଇଁ ସ୍ମାରକ ସ୍ଥଳ ନିର୍ମାଣ କରିବା ନିମନ୍ତେ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଥିଲା। ଆଉ ଗତକାଲି ବିଳମ୍ବିତ ରାତିରେ ଏହାକୁ ଅନୁମୋଦିତ କରିଛନ୍ତି କେନ୍ଦ୍ର ସରକାର। ମନମୋହନ ସିଂହଙ୍କ ପାଇଁ ଦିଲ୍ଲୀରେ ସ୍ମାରକ ସ୍ଥଳ ନିର୍ମାଣ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି।

ନିଗମବୋଧ ଘାଟରେ ମନମୋହନଙ୍କ ଅନ୍ତିମସଂସ୍କାର ହେବା ପରେ ମନମୋହନଙ୍କ ପାଇଁ ଦିଲ୍ଲୀରେ ସ୍ମାରକସ୍ଥଳ ନିର୍ମାଣ କରାଯିବ। ଏଥିପାଇଁ ଜାଗା ଯୋଗାଇ ଦେବା ନେଇ କେନ୍ଦ୍ର ସରକାର ସହମତି ପ୍ରକାଶ କରିଛନ୍ତି। ଟ୍ରଷ୍ଟ ଗଠନ ଓ ସ୍ଥାନ ନିରୂପଣ ପାଇଁ ସମୟ ଆବଶ୍ୟକ ଥିବାରୁ ଶେଷକୃତ୍ୟ ପରେ ସମସ୍ତ ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକସ୍ଥଳୀ ନିର୍ମାଣ ପାଇଁ ଆଗାମୀ ୩ରୁ ୪ ଦିନ ମଧ୍ୟରେ ସ୍ଥାନ ନିର୍ଦ୍ଧାରଣ ହେବା ପରେ ସେହି ସ୍ଥାନରେ ହିଁ ତାଙ୍କର ସ୍ମାରକୀ ନିର୍ମିତ ହେବ ବୋଲି କେନ୍ଦ୍ର ପକ୍ଷରୁ ସୂଚାଇ ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। କ’ଣ ପାଇଁ କେନ୍ଦ୍ର ତୁରନ୍ତ ସ୍ଥାନ ନିରୂପଣ କଲା ନାହିଁ ତାଙ୍କୁ ନେଇ ପ୍ରଶ୍ନ ଉଠାଇଛି। ଏନେଇ କଂଗ୍ରେସଚ କହିବା କଥା, ଅନ୍ତିମ ସଂସ୍କାର ସ୍ଥାନରେ ସ୍ମାରକସ୍ଥଳ ନିର୍ମାଣ ହୋଇଥାଏ। ହେଲେ କେନ୍ଦ୍ର କାହିଁକି ସ୍ଥାନ ଖୋଜି ପାଇଲା ନାହିଁ? ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରି କରି କେନ୍ଦ୍ର ସରକାର ଦେଶର ପ୍ରଥମ ଶିଖ୍ ପ୍ରଧାନମନ୍ତ୍ରୀଙ୍କୁ ଅପମାନ ଦେିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। ଯାହାର କଡା ଜବାବ ରଖିଛି ବିଜେପି।

Leave A Reply

Your email address will not be published.