ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ଇଡି ରେଡ୍‌

0

ଭୁବନେଶ୍ବର: ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ଇଡି ରେଡ୍‌। ଢେଙ୍କାନାଳ, ହିନ୍ଦୋଳ ଓ ଭୁବନେଶ୍ବରରେ ରେଡ୍‌ କରୁଛି ଇଡି। ରତ୍ନାକରଙ୍କ ଢେଙ୍କାନାଳ ଘର ଓ ଫାର୍ମହାଉସରେ ଇଡିର ଚଢାଉ ଜାରି ରହିଛି । ହିନ୍ଦୋଳ ସ୍ଥିତ ବ୍ୟବସାୟିକ ସଂସ୍ଥା ସହ ଭୁବନେଶ୍ବରର ୩ଟି ସ୍ଥାନରେ ରେଡ୍ କରୁଛି ଇଡି। ବେଆଇନ ଅର୍ଥ କାରବାର ନେଇ ଚଢାଉ କରାଯାଉଥିବା ଜଣାପଡିଛି। ଚଢ଼ାଉ ବେଳେ ଟଙ୍କା କାରବାରର ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଛି।

ସୂଚନା ଅନୁସାରେ, ବେଆଇନ ଆର୍ଥିକ କାରବାର ନେଇ ଖଣି ବ୍ୟବସାୟୀ ରତ୍ନାକର ନାୟକ (ଝୁଲୁ)ଙ୍କ ଘରେ ଇଡ଼ି ଚଢାଉ କରିଛି। ଏକକାଳୀନ ୧୪ଟି ସ୍ଥାନରେ ଚାଲିଛି ରେଡ୍। ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଠାରେ ଥିବା ଘର, ଢେଙ୍କାନାଳ, ଭୁବନେଶ୍ଵରରେ ଥିବା ଅଫିସ, ବ୍ୟବସାୟ ପ୍ରତିଷ୍ଠାନରେ ଇଡି ଚଢାଉ କରିଛି। ତେବେ ଏହି ଚଢ଼ାଉ ବେଳେ ଟଙ୍କା କାରବାର ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ନେଇ ସୂଚନା ମିଳିଛି। ଚଢାଉ ଜାରି ରହିଥିବା ବେଳେ ଆଗକୁ ଆହୁରି ଗୁରୁତ୍ଵପୁର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବା ନେଇ ଖବର ମିଳିଛି।

Leave A Reply

Your email address will not be published.