ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ଇଡି ରେଡ୍‌

0

ଭୁବନେଶ୍ବର: ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ଇଡି ରେଡ୍‌। ଢେଙ୍କାନାଳ, ହିନ୍ଦୋଳ ଓ ଭୁବନେଶ୍ବରରେ ରେଡ୍‌ କରୁଛି ଇଡି। ରତ୍ନାକରଙ୍କ ଢେଙ୍କାନାଳ ଘର ଓ ଫାର୍ମହାଉସରେ ଇଡିର ଚଢାଉ ଜାରି ରହିଛି । ହିନ୍ଦୋଳ ସ୍ଥିତ ବ୍ୟବସାୟିକ ସଂସ୍ଥା ସହ ଭୁବନେଶ୍ବରର ୩ଟି ସ୍ଥାନରେ ରେଡ୍ କରୁଛି ଇଡି। ବେଆଇନ ଅର୍ଥ କାରବାର ନେଇ ଚଢାଉ କରାଯାଉଥିବା ଜଣାପଡିଛି। ଚଢ଼ାଉ ବେଳେ ଟଙ୍କା କାରବାରର ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଛି।

ସୂଚନା ଅନୁସାରେ, ବେଆଇନ ଆର୍ଥିକ କାରବାର ନେଇ ଖଣି ବ୍ୟବସାୟୀ ରତ୍ନାକର ନାୟକ (ଝୁଲୁ)ଙ୍କ ଘରେ ଇଡ଼ି ଚଢାଉ କରିଛି। ଏକକାଳୀନ ୧୪ଟି ସ୍ଥାନରେ ଚାଲିଛି ରେଡ୍। ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଠାରେ ଥିବା ଘର, ଢେଙ୍କାନାଳ, ଭୁବନେଶ୍ଵରରେ ଥିବା ଅଫିସ, ବ୍ୟବସାୟ ପ୍ରତିଷ୍ଠାନରେ ଇଡି ଚଢାଉ କରିଛି। ତେବେ ଏହି ଚଢ଼ାଉ ବେଳେ ଟଙ୍କା କାରବାର ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ନେଇ ସୂଚନା ମିଳିଛି। ଚଢାଉ ଜାରି ରହିଥିବା ବେଳେ ଆଗକୁ ଆହୁରି ଗୁରୁତ୍ଵପୁର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବା ନେଇ ଖବର ମିଳିଛି।

Leave A Reply

Your email address will not be published.