ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଯୁବକଙ୍କ ମୁଣ୍ଡ କାଟି ଦେଲେ ଦୁର୍ବୃତ୍ତ

0

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କୁ ବୀଭତ୍ସ ହତ୍ୟା। ଜନଗହଳିପୂର୍ଣ୍ଣ ରସୁଲଗଡ଼ରୁ ବାଣୀବିହାର ମେନ୍‌ ରୋଡ୍‌ରେ ବୁଧବାର ସକାଳୁ ସକାଳୁ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତ ହାଣିଦେଇଛନ୍ତି। ଦୁର୍ବୃତ୍ତ ଯୁବକଙ୍କ ମୁଣ୍ଡ କାଟି ଦେଇଥିବାବେଳେ ବେକ ଓ ଗୋଡ଼ ମଧ୍ୟ ଆଘାତ ଲାଗିଛି। ମୃତ ଯୁବକ ଜଣକ ହେଲେ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ବୋଲି ଜଣାଯାଇଛି। ସହଦେବ ସଫେଇ କର୍ମଚାରୀ ସଂଘ ସଭାପତି ହୋଇଥିବାବେଳେ ସେ ପୁଲିସ ମିତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।

ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଏନେଇ ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ୩ ସନ୍ଦିଗ୍ଧକୁ ଅଟକ ରଖାଯାଇଛି। ହତ୍ୟାକାରୀ କେଦାରପଲ୍ଲୀ ଅଞ୍ଚଳର ବୋଲି ଜଣାପଡିଛି। ପୂର୍ବରୁୁ ବ୍ୟକ୍ତିଗତ ରାଗ ଥିଲା । ସେହି ରାଗରୁ ହତ୍ୟାକାଣ୍ଡ ହୋଇଛି।

ସୂଚନା ଯୋଗ୍ୟ, କେଦାରପଲ୍ଲୀ ବସ୍ତିର ବିଏମ୍‌ସି ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକ ସ୍କୁଟିରେ ଯାଉଥିବା ବେଳେ ତାଙ୍କୁ ପଛ ବାଇକ୍‌ରେ ଆସୁଥିବା ଦୁର୍ବୃତ୍ତ ମାରଣାସ୍ତ୍ରରେ ଚୋଟ ପକାଇଥିଲା। ଫଳରେ ଚଳନ୍ତା ବାଇକ୍‌ରୁ ସହଦେବଙ୍କ ବେକ ମୁଣ୍ଡରୁ ଅଲଗା ହୋଇ ଯାଇଥିଲା। ଏହାପରେ ଖାଲି ଶରୀର ରାସ୍ତା ଉପରେ ଛିଟିକି ପଡ଼ିଥିଲା। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କ୍ୟାପିଟାଲ୍‌ ହସ୍ପିଟାଲରେ ତାଙ୍କ ମୃତଦେହ ପହଞ୍ଚିବା ପରେ ଅନ୍ୟ ସଫେଇକର୍ମୀମାନଙ୍କ ମଧ୍ୟରେ ଏହାକୁ ନେଇ ଏକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୪ ଘଣ୍ଟା ମଧ୍ୟରେ ଅପରାଧୀ ଧରା ନପଡିଲେ ରାଜଧାନୀରେ ସଫେଇକାମ ବନ୍ଦ ରହିବ ବୋଲି ଉତ୍ତ୍ୟକ୍ତ କର୍ମୀ ମାନେ ଚେତାବନୀ ଦେଇଛନ୍ତି।
ସହଦେବ ପୁଲିସ ମିତ୍ର ଭାବରେ କାମ କରୁଥିବାରୁ ବ୍ରାଉନ ସୁଗାର ଆଦି ମାମଲା ବିଷୟରେ ସୂଚନା ଦେଉ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହି କାରଣରୁ ହତ୍ୟାକାଣ୍ଡ ହୋଇଛି ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.