ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

0

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୋଦି ଏହି ଦିବସର ଶୁଭାରମ୍ଭ କରିଛନ୍ତି। ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି ସ୍ବାଗତ କରିଥିଲେ। ଆନୁଷ୍ଠାନିକ ଭାବେ ପ୍ରବାସୀ ଭାରତୀୟ ଦିବସ ଉଦଘାଟନ କରିବା ସହ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଉଦ୍ଘାଟନ କରିଛନ୍ତି ମୋଦି। ଏହାପରେ ଜନତା ମଇଦାନରେ ଉପସ୍ଥିତ ଥିବା ସମସ୍ତ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ସେମାନଙ୍କୁ ଦେଶର ରାଷ୍ଟ୍ରଦୂତ ବୋଲି କହିଛନ୍ତି।

ନିଜ ଅଭିଭାଷଣରେ ଓଡିଶାର ସଂସ୍କୃତି ଏବଂ ଐତିହ୍ୟକୁ ପୁଣି ଥରେ ଭୁରି ଭୁରି ପ୍ରଶଂସା କରିଛନ୍ତି ମୋଦି। ଏହାକୁ ନେଇ ମୋଦି କହିଛନ୍ତି, ଓଡିଶା ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ । ଆଜି ଓଡିଶାର ଖଣ୍ଡଗିରି, ଉଦୟଗିରି ଏବଂ କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ । ଯେଉଁଠି ଧଉଲି ଭଳି ଶାନ୍ତି ସ୍ତୁପ ରହିଛି । ଆଉ ଭାରତର ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ଅଛି ବୋଲି କହିଛନ୍ତି ମୋଦି। ଏଥିସହିତ ସେ କହିଛନ୍ତି, ପୂର୍ବରୁ ସମୁଦ୍ର ଯାତ୍ରା କରି ବଣିକମାନେ ବାର୍ଲି ଏବଂ ସୁମାତ୍ରା ଭଳି ଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ। ଏଥିପାଇଁ ଆଜି ବି ସେହି ପରମ୍ପରାକୁ ମନେପକାଇ ବାଲିଯାତ୍ରା ପାଳୁଛି ଓଡିଶା।

କିଛି ଦିନ ପରେ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ପୋଙ୍ଗଲ, ବିହୁ ମଧ୍ୟ ପାଳନ ହେବ; ସବୁଠି ଉତ୍ସବର ବାତାବରଣ। ଓଡ଼ିଶା ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ -ଖଣ୍ଡଗିରି, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ। ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ। ଏହାକୁ ସ୍ମରଣ ପାଇଁ ବାଲିଯାତ୍ରା ଆୟୋଜନ ହୁଏ। ଧଉଳି ଶାନ୍ତିର ପ୍ରତୀକ। ମୁଁ ଆପଣମାନଙ୍କୁ ଥ୍ୟାଙ୍କ ୟୁ କହିବାକୁ ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସମ୍ମିଳନୀର ପ୍ରଥମ ଦିନରେ ଯୁବ ପ୍ରବାସୀ ଭାରତୀୟ ଦିବସର ଉଦଘାଟନ କରିଥିଲେ। ୭୦ରୁ ଅଧିକ ଦେଶରୁ ଆସିଛନ୍ତି ମୂଳ ଭାରତୀୟ ନାଗରିକ। ପ୍ରବାସୀଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ଜନତା ମୈଦାନ। ରାଜ୍ୟର ୭ଟି ସ୍ଥାନ ବୁଲିବେ ପ୍ରବାସୀ। ଯାଜପୁର, କଟକ, ଭୁବନେଶ୍ୱର ଏବଂ ପୁରୀର ୨୧ଟି ପର୍ଯ୍ୟଟନ ସ୍ଥଳୀ ବୁଲିବେ।

ଆସନ୍ତାକାଲି ଯୁବ ସମାବେଶରୁ ଆରମ୍ଭ ହେବ ଏହି ୩ ଦିନିଆ ସମ୍ମିଳନୀ। ଯାହାକୁ ସମ୍ବୋଧିତ କରିବେ ବୈଦଶିକ ବ୍ୟାପାର ଏବଂ ଯୁବ ବ୍ୟାପାର ମନ୍ତ୍ରୀଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ପ୍ରବାସୀଙ୍କ ଆତିଥ୍ୟ ପାଇଁ ପୂରା ପ୍ରସ୍ତୁତ ରାଜ୍ୟ ସରକାର। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆଉ ଭିନ୍ନ ଭିନ୍ନ ଇଭେଣ୍ଟ। ସବୁରି ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି ଆଉ ପରମ୍ପରା ପ୍ରସାର ଉଦ୍ଦେଶ୍ୟ। ଏକାମ୍ର ପାର୍କ ରେ ଆୟୋଜନ ହୋଇଛି ୫ଦିନିଆ ପୁଷ୍ପ ପ୍ରଦର୍ଶନୀ। ଭଳିକି ଭଳି ଫୁଲର ସମ୍ଭାର ସହ ପ୍ରବାସୀଙ୍କୁ ଆକର୍ଷଣ କରିବ କାକଟସ ହାଉସ। ଯାହାକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲିଠୁ ରାଜଧାନୀରେ ଆରମ୍ଭ ହୋଇଛି ପାର୍କ ଫେଷ୍ଟିଭାଲ। ବିଭିନ୍ନ ପାର୍କରେ ମ୍ୟୁଜିକ ଫାଉଣ୍ଟେନ୍ ଏବଂ ଲେଜର ଶୋ ଜରିଆରେ ରାଜ୍ୟର କଳା ସାହିତ୍ୟ ସଂସ୍କୃତି , ପରମ୍ପରା ଆଦି ପ୍ରଦର୍ଶିତ ହେଉଛି।

ସେହିପରି ରାଜ୍ୟ ସଂଗ୍ରହାଳୟ ମଧ୍ୟ ରାତି ୯ଟା ଯାଏଁ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହ। ଏଥିରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ଆଜି ଅପରାହ୍ମରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି।

Leave A Reply

Your email address will not be published.